ସଂକ୍ରମଣ ନେଇ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ, ନିର୍ଦ୍ଦେଶକ କହିଲେ ଦରକାର ପଡିଲେ ବାଧ୍ୟତାମୂଳକ ହେବ ମାସ୍କ

Published By : Prameya-News7 Bureau | June 04, 2022 IST

ଭୁବନେଶ୍ୱର ୦୪/୦୬: ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିତ କରିଛନ୍ତି । ଯେହେତୁ ୫ ଟି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ସେଠାରେ କଟକଣାକୁ କଡାକଡି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି ।

ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି । ଟେଷ୍ଟିଂ ଚାଲିଛି । ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ ବାହାରିଲେ ଟ୍ରାପ କରିବା । ଯଦି ପଜିଟିଭ ବଢେ ତାହାଲେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ଖୋଲାଯିବ । ଯଦି ଦରକାର ପଡେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।

ଯଦି ଭିଡକୁ ଯାଉଛନ୍ତି ମାସ୍କ ନିହାତି ପିନ୍ଧନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗ୍ରରୋଧରେ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାର ସ୍ଥିତି ଉପରେ କଡା ନଜର ରଖିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.