krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହେଲଥ୍ କାନାଡାଙ୍କ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଫାଇଜରଙ୍କ କରୋନା ଟିକାରେ ରହିଛି କ୍ୟାନସର କରାଉଥିବା ଭାଇରସ୍ ର ଡିଏନଏ

21/10/2023 at 8:38 PM

ନୂଆଦିଲ୍ଲୀ ୨୧।୧୦: ହେଲଥ୍ କାନାଡାଙ୍କ ଏକ ରିପୋର୍ଟ ମୁତାବକ ଫାର୍ମା କମ୍ପାନୀ ଫାଇଜରଙ୍କ କରୋନା ଟିକାରେ ଶରୀରରେ କ୍ୟାନସର ସୃଷ୍ଟି କରୁଥିବା ସିମିୟନ ଭାଇରସ-୪୦ (ଏସବି-୪୦) ଡିଏନଏ  ସିକ୍ୱେନ୍ସ ମିଳିଛି। ତେବେ ଫାଇଜର ଏହି ଡିଏନଏ ନେଇ ପୂର୍ବରୁ କୌଣସି ସୂଚନା ଦେଇନଥିଲେ। ତେବେ ହେଲଥ କାନାଡାଙ୍କ ରିପୋର୍ଟ ପରେ ଏବେ ବୈଜ୍ଞାନିକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି। କେତେକ ଏହି ଡିଏନଏରେ କର୍କଟ ସୃଷ୍ଟିକାରୀ କ୍ଷମତା ଥିବାର ଦାବି କରୁଥିବା ବେଳେ ଆଉ କେତେକ ଏଥିରୁ କୌଣସି ବିପଦ ନାହଁ ବୋଲି କହୁଛନ୍ତି।

ସ୍ଥାନୀୟ ଗଣମାଧ୍ୟମକୁ ଲେଖିଥିବା ଇ-ମେଲରେ ହେଲଥ୍ କାନାଡା କହିଛନ୍ତି ଯେ ‘ ଆମେ ପ୍ରାୟୋଜକଙ୍କଠୁ ଆଶା କରୁକି ସେମାନେ ସୂଚନା ଦାଖଲ କରିବା ବେଳେ ପ୍ଲାସ୍ମିଡ(ଯେପରିକି ଏଲବି-୪୦ ଏନହାନ୍ସର)ରେ କୌଣସିବି ଜୌବିକ ରୂପେ କାର୍ଯ୍ୟାତ୍ମକ ଡିଏନଏ ଅନୁକ୍ରମର ଚିହ୍ନଟ କରିବେ’। ତେବେ ପ୍ରାରମ୍ଭିକ ଫାଇଲିଂ ସମୟରେ ଫାଇଜର ପକ୍ଷରୁ ପ୍ଲାସ୍ମିଡର ପୁରା ଡିଏନଏ ସିକ୍ୱେନ୍ସ ପ୍ରଦାନ କରିଥିଲେ।

ତେବେ ପ୍ରାୟୋଜକ ବିଶେଷ କରି ଏସବି-୪୦ ସିକ୍ୱେନ୍ସକୁ ଚିହ୍ନଟ କରିନଥିଲେ। ତେବେ ନିୟାମକ କହିଛନ୍ତି ଯେ ବୈଜ୍ଞାନିକ କେଭିନ ମ୍ୟାକ୍‌କର୍ଣ୍ଣନଓ ଡା. ଫିଲିପ ଜେ ବଖାଲ୍ଟସ୍ ଚଳିତବର୍ଷ ପ୍ରାରମ୍ଭରେ ସାର୍ବଜନିକ ରୂପେ ଟିକାରେ କର୍କଟ ସୃଷ୍ଟିକାରୀ ଏସବି-୪୦ ଏନହାନ୍ସରର ଉପସ୍ଥିତ ଥିବା ପ୍ରସଙ୍ଗ ଉଠାଇଥିଲେ। ପରେ ହେଲଥ୍ କାନାଡା ଏହା ଉପରେ ନିଜର ବୟାନ ଦେଇଛନ୍ତି। ଯେଉଁଥିରେ କରୋନା ଟିକାରେ କର୍କଟ ସୃଷ୍ଟିକାରୀ ଡିଏନଏ ସିକ୍ୱେନ୍ସ ଥିବା କହିଛନ୍ତି।

   Related Posts