scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସପୁରୀ ରସ; ଏହାକୁ ପିଇଲେ କ’ଣ ମିଳେ ଫାଇଦା ?

12/07/2023 at 12:44 PM

ନୂଆଦିଲ୍ଲୀ ୧୨।୦୭: ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନଚାହେଁ । ସ୍ବାସ୍ଥ୍ଯ ପାଇଁ ବେଶ୍ ହିତକାରୀ ହେଉଛି ପାଇନ୍‌‌ଆପଲ୍ ତଥା ସପୁରୀ ଜୁସ୍‌। ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠ ଉତ୍କୃଷ୍ଠ ମେଡିସିନ ।

ସପୁରୀ ଜୁସ୍‌ ହେଉଛି ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ । ଖରାଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ। ଆସନ୍ତୁ ଜାଣିବା ସପୁରୀ ଜୁସ୍‌ ପିଇବା ଦ୍ଵାରା କଣ ଫାଇଦା ମିଳେ ?

ସପୁରୀ ରସ ପିଇବା ଦ୍ଵାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ମିଳେ ଓ ତ୍ଵଚା ଉଜ୍ଵଳ ଦେଖାଯାଏ । ବୟସ ବଢିବା ସହିତ ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍‌ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ।

 ପେଟକୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ସପୁରୀ ଜୁସ । ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ସପୁରୀ ଜୁସ। ଯଦି ଆପଣ ପ୍ରତିଦିନ ପିଅନ୍ତି ତାହାଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍‌ ପିଉଛନ୍ତି ସେମାନଙ୍କଠାରୁ ରୋଗ ମଧ୍ୟ ଦୂରରେ ରହିଥାଏ । ସେମାନଙ୍କର ପ୍ରତିରୋଧକୁ ଶକ୍ତି ବୃଦ୍ଧି ହୁଏ। ଏହା ଅନେକ ରୋଗ ସହିତ ମଧ୍ୟ ଲଢିଥାଏ ।

You Can Read:

   Related Posts