ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ଏହି ଗଛର ଫୁଲ ଏବଂ ପତ୍ର, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ…

Published By : Prameya-News7 Bureau | August 07, 2024 IST

ନୂଆଦିଲ୍ଲୀ ୦୭।୦୮: ଘରର ସୌନ୍ଦର୍ଯ୍ୟ ବଢାଇବାକୁ ଅନେକ ଲୋକ ଘରେ କିମ୍ବା ଘର ବାହାରେ ଗଛ ଲଗାନ୍ତି । କିନ୍ତୁ  ଏପରି କିଛି ଗଛ ଅଛି ଯାହାର ବାସ୍ନା ଅନେକଙ୍କୁ କରିଥାଏ ଆକୃଷ୍ଟ । ଏପରି କିଛି ଗଛ ଅଛି ଯାହା ବାସ୍ନା ଦେବା ସହ ମଣିଷଙ୍କ ଶରୀର ପାଇଁ ବେଶ୍‌ ଉପକାରୀ । ମଧୁ ମାଳତୀ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ  । 

ମଧୁମାଳତୀ ଗଛର ଅନେକ ଅଂଶରେ ଆୟୁର୍ବେଦରେ ବ୍ୟବହାର କରାଯାଇଥାଏ । ଥଣ୍ଡା କାଶ ହେଲେ ଏହି ଫୁଲ ଓ ପତ୍ର ପ୍ରସ୍ତୁତ କରି ଏହାକୁ ଦିନକୁ ୨ ରୁ ୩ ଥର ପିଇବା ଦ୍ବାରା ଏଥିରୁ ଆଶ୍ବସ୍ତି ମିଳିଥାଏ । ମଧୁମେହ ସମସ୍ୟା ରହିଥିଲେ ମଧୁମାଳତୀ ବେଶ୍‌ ଉପକାରୀ । ଏହାର ପତ୍ର ଏବଂ ଫୁଲର ରସକୁ ବାହାର କରି ୨ରୁ ୩ଥର ପିଇବା ଦ୍ବାରାଏଥିରୁ ଆଶ୍ବସ୍ତି ମିଳିପାରେ  । 

କିଡନୀ ଖରାପ ହୋଇଥିଲେ ଶରୀରରେ ଫୁଲା ହୁଏ, ତେବେ ମଧୁ ମାଳତୀ ଛାଲର କାଢ଼ା ପିଇବା ଅତ୍ୟନ୍ତ ଲାଭଦାୟକ । ଆଜିକାଲି, ଝିଅମାନଙ୍କରେ PCOD କିମ୍ବା ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନର ସମସ୍ୟା ବଢ଼ିବାରେ ଲାଗିଛି, ତେବେ ଏହି ଗଛର ଛାଲର କାଢ଼ା ପିଇବା ଦ୍ବାରା ଏହି ସମସ୍ୟା ଅନେକ ମାତ୍ରାରେ ଦୂର ହୋଇଯାଏ। 

ମହିଳାମାନଙ୍କଠାରେ ଲ୍ୟୁକୋରିଆ କିମ୍ବା ଧଳା ରଙ୍ଗର ଡିସଚାର୍ଜ ସମସ୍ୟା ହେଲେ ଏହାର ଫୁଲର ସତେଜ ରସ ଖାଇବା ଉଚିତ୍। ଏହା ପିଠି ଯନ୍ତ୍ରଣା ଏବଂ ହାଡ ଯନ୍ତ୍ରଣା ଭଳି ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ । ଚର୍ମ ରୋଗ, କୁଞ୍ଚନ କିମ୍ବା କ୍ଷତ କ୍ଷେତ୍ରରେ ଏହାର ପତ୍ରର ଏକ ପେଷ୍ଟ ପ୍ରଭାବଶାଳୀ। କିନ୍ତୁ ଏହାକୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପିଇବା ଉଚିତ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.