scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନେକ ରୋଗକୁ ଦୂର କରେ ମୂଳା ଶାଗ, ଜାଣନ୍ତୁ ଏହାର ବିଶେଷତ୍ବ…

4/12/2023 at 10:41 AM

ନୂଆଦିଲ୍ଲୀ ୦୪।୧୧: ଶୀତ ଦିନିଆ ବଜାରରେ ଅଧିକ ଦେଖିବାକୁ ମିଳେ ମୂଳା ।  ମୂଳା ଶରୀର ପାଇଁ ବେଶ୍‌ ଲାଭକାରୀ । ଏହାକୁ ଖାଇବାର ଉପାୟ ମଧ୍ୟ ଭିନ୍ନ । ଏହାକୁ କେହି କଞ୍ଚାରେ ଖାଇଥାନ୍ତି ତ ଆଉ କେହି ଭିଜି କି ସିଝେଇ ଖାଇଥାନ୍ତି । ଅନେକ ସମୟରେ ଦେଖିଥିବେ ମୂଳାର ଶାଗ ରହିଥାଏ । ଏହାକୁ କିଛି ଲୋକ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଅନେକଙ୍କୁ ଜଣା ନଥାଏ ଯେ ମୂଳା ପରି ମୂଳ ଶାଗ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ଆସନ୍ତୁ ଜାଣିବା ମୂଳା ଶାଗର ଉପକାରିତା ବିଷୟରେ…

ମୂଳାଶାଗ ଖାଇବା ଦ୍ବାରା ଶରୀରରେ ଅନେକ ଫାଇଦା ହୋଇଥାଏ । ଏହା ଅନେକ ରୋଗର ସାଜିଥାଏ ରାମବାଣ । ମୂଳା ଶାଗ ଅନେକ ପୋଷକ ତତ୍ତ୍ବରେ ଭରପୂର । ଏହା ଆମ ଶରୀରର ବିଭିନ୍ନ ରୋଗ ସହ ଲଢ଼ିଥାଏ । ମୂଳା ଶାଗରେ ଅନେକ ପ୍ରକାରର ଭିଟାମିନ ଆଉ ମିନେରାଲ୍ସ ରହିଥାଏ । ଯାହା ଆମ ଶରୀର ପାଇଁ ଉପଯୋଗୀ । ମୂଳା ଠାରୁ ଅଧିକ ଏହାର ପତ୍ରରେ ଆଇରନ୍, କ୍ୟାଲ୍ସିୟମ, ଲିକ ଏସିଡ, ଭିଟାମିନ୍ ସି, ଫସଫରସ ରହିଥାଏ ଯାହା ଥଣ୍ଡା ରୋକିବାରେ ସହାୟକ ହୋଇଥାଏ ।

ମୂଳାଶାଗର ଜୁସ କରି ପିଇବା ଦ୍ବାରା ଶରୀରରୁ ଥକ୍କାପଣ ଦୂର ହୋଇଥାଏ ଏବଂ ଶରୀରକୁ ମିଳିଥାଏ ଏନର୍ଜି । ମୂଳା ଶାଗ ଖାଇବା ଦ୍ବାରା କୋଷ୍ଠକାଷ୍ଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।  କୋଷ୍ଠକାଷ୍ଠିନ୍ୟ ପାଇଁ ଖାସ୍ କରି ମୂଳା ଜୁସ୍ ବହୁତ ଲାଭଦାୟକ । ମୂଳାଶାଗରେ ଥିବା ପୋଷକ ତତ୍ତ୍ବ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରିତ କରିଥାଏ ।

ମଧୁମେହ ରୋଗୀମାନେ ମୂଳା ପତ୍ରକୁ ସାଲାଡ ଆକାରରେ ଖାଇପାରିବେ । ସେହିପରି ଆର୍ଥ୍ରାଇଟିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ ମୂଳାଶାଗ । ଏହି ପତ୍ରକୁ ଜୁସ କରି ପିଇଦା ଦ୍ବାରା କିଛି ଦିନରେ ଏହି ରୋଗରୁ କିଛି ମାତ୍ରାରେ ମିଳିପାରେ ମୁକ୍ତି । ଏମିତିକି ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ ମୂଳା ଶାଗ । ତେଣୁ ଶୀତଦିନେ ଏହି ଶାଗ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ  ।

You Can Read:

   Related Posts