ଶରୀର ପାଇଁ ବେଶ୍ ଲାଭଦାୟକ ପୋଦିନା ପତ୍ର, ଜାଣନ୍ତୁ ଏହାର ଉପକାରିତା...

Published By : Prameya-News7 Bureau | May 26, 2024 IST

ନୂଆଦିଲ୍ଲୀ ୨୬।୦୫: ପୋଦିନା ପତ୍ର । ଶରୀର ପାଇଁ ବେଶ୍ ଲାଭଦାୟକ । ଖାସ୍ କରି ଗରମ ଦିନେ ପୋଦିନା ପତ୍ର ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ । ପୋଦିନା ପତ୍ରଗୁଡ଼ିକ ନିଜର ତାଜା ସୁଗନ୍ଧ ଏବଂ ଥଣ୍ଡା ପ୍ରଭାବ ପାଇଁ ସାରା ଦୁନିଆରେ ପ୍ରସିଦ୍ଧ । ବିଶେଷ କରି ଗ୍ରୀଷ୍ମ ଋତୁରେ ପୋଦିନା ପତ୍ର ଖାଦ୍ୟରେ ସାମିଲ କରିବା ଉଚିତ୍ ।  

ଏହାର ଥଣ୍ଡା ଗୁଣ ଶରୀରକୁ ଥଣ୍ଡା ରଖିଥାଏ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ପେଟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହାକୁ ଖାଇବା ଦ୍ବାରା ଏସିଡିଟି ହୋଇନଥାଏ । ଯେଉଁମାନଙ୍କର ପାଟି ଦୁର୍ଗନ୍ଧ ସମସ୍ୟା ରହିଥାଏ ସେମାନେ ଏହାକୁ ଚୁଇଙ୍ଗମ୍ ଭାବେ ଚୋବାଇ ଖାଇପାରିବେ । 

ଏହା ପ୍ରାକୃତିକ ଉପାୟରେ ପାଟି ଦୁର୍ଗନ୍ଧ ରୋଗରୁ ମୁକ୍ତି ଦେଇଥାଏ । ଏହା ସ୍କିନ୍କୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଚର୍ମକୁ ନଷ୍ଟ କରୁଥିବା ମୁକ୍ତ ରେଡିକାଲ୍ ସହିତ ଲଢିବାର କାମ କରିଥାଏ । ବାନ୍ତି ହେଲେ ଅଧା କପ୍ ପୋଦିନା ରସ ପିଇବା ଦ୍ବାରା ବାନ୍ତି ବନ୍ଦ ହୋଇଯାଏ । 

ଯେଉଁମାନଙ୍କୁ ଭୋକ ଲାଗିନଥାଏ, ସେମାନେ ପ୍ରତିଦିନ ସକାଳେ ଖାଲି ପେଟରେ ପୋଦିନା ପତ୍ର ଚୋବାଇବା ଉଚିତ୍ । ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ୪ ରୁ ୫ଟି ପୋଦିନା ପତ୍ର ଖାଇପାରିବେ । ଏହାବ୍ୟତୀତ ପୋଦିନା ପତ୍ରର ଚଟନି ତିଆରି କରି ଏହାକୁ ଖାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.