Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଆଶ୍ରା ପକ୍ଷରୁ ରାଜାରାଣୀ ବସ୍ତିରେ ସ୍ୱାସ୍ଥ୍ୟ ସଚେତନତା ଶିବିର, ପିଲାମାନଙ୍କୁ ଦିଆଗଲା କ୍ଷୀର ଓ ପୁଷ୍ଟିଯୁକ୍ତ ପାନୀୟ

19/03/2023 at 6:14 PM

ଭୁବନେଶ୍ଵର: ସ୍ଥାନୀୟ ରାଜାରାଣୀ ବସ୍ତିରେ ସାମାଜିକ ସଂଗଠନ ଆଶ୍ରା ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିରର ଆୟୋଜିତ ହୋଇଛି । ପୋଷଣ ଅଭାବରୁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଥିବା ପିଲାମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଶିବିରରେ ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନର ପକ୍ଷରୁ ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ପିଲାମାନଙ୍କୁ ପୃଷ୍ଠିକର ଖାଦ୍ୟ ବଣ୍ଟନ କରାଯାଇଛି। ପିଲାମାନଙ୍କୁ କ୍ଷୀର ଓ ପୁଷ୍ଟିଯୁକ୍ତ ପାନୀୟ ପିଇବାକୁ ଦିଆଯାଇଥିବା ବେଳେ  ଛତୁଆ, ବିସ୍କୁଟ, କେକ ଏବଂ ଫଳ ଇତ୍ୟାଦିରେ ଭରା ୬୫ ପାକେଟ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅନିଲ ଶର୍ମା ଓ ଡାକ୍ତର ଶାଳିନୀ ଦାଶ ଯୋଗଦେଇ ଶିଶୁମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ। ଆଶ୍ରା ଫାଉଣ୍ଡେସନ ଓଡିଶା ଗତ ୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା ସୂଚନା ଦେଇଛନ୍ତି ପ୍ରତିଷ୍ଠାତା ସନ୍ତୋଷ ପଟନାୟକ ଏବଂ ଶ୍ରୀନିବାସ ସାହୁ। ଆଶ୍ରା ଫାଉଣ୍ଡେସନ ସଂସ୍ଥା ଏହି ବସ୍ତିର ୪୨ଟି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି।

ସୂଚନାଯୋଗ୍ୟ ଯେ ରାଜାରାଣୀ ବସ୍ତିର ପିଲାମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ଶିକ୍ଷା। ଅଧିକାଂଶ ପିଲା ଅଧାରୁ ସ୍କୁଲ ଛାଡୁଥିବା ବେଳେ ଅନେକ ପିଲା ସ୍କୁଲକୁ ଯାଇ ପାରୁନାହାନ୍ତି। ତେଣୁ ବସ୍ତିରେ ଥିବା ଅନେକ କୁନି ପ୍ରତିଭା ଏବଂ ଏଠାକାର ପରିସ୍ଥିତି ସରକାରଙ୍କ ନଜରକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି ଆଶ୍ରା ଫାଉଣ୍ଡେସନ। ବସ୍ତିର ପିଲାମାନଙ୍କ ସ୍ଵାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ପାଠପଢା ଛାଡିଥିବା ପିଲାମାନଙ୍କୁ ପୁଣିଥରେ ସ୍କୁଲ ପଠାଇବା ପାଇଁ ଚେଷ୍ଟା କରୁଛି ସଂସ୍ଥା। ତେବେ ଆଶ୍ରା ଫାଉଣ୍ଡେସନ ଉଦ୍ୟମ ପାଇଁ ଗତ ୬ ମାସରେ ପୋଷଣ ଅଭାବଜନିତ ସମସ୍ୟା ସମ୍ପୂର୍ଣ୍ଣ ଲୋପ ପାଇଛି।

   Related Posts