ସପୁରୀ ଜୁସ୍ : ଏଥିରୁ କଣ ମିଳିଥାଏ ଫାଇଦା ? ଜାଣନ୍ତୁ...

Published By : Prameya-News7 Bureau | June 15, 2023 IST

ନୂଆଦିଲ୍ଲୀ ୧୫।୦୬: ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ଶରୀରକୁ ଉପକାର କରୁଥିବା ଜିନିଷ ମଧ୍ୟରୁ ଗୋଟିଏ ହେଉଛି ପାଇନ୍‌‌ଆପଲ୍ ତଥା ସପୁରୀ ଜୁସ୍‌। ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠ ଭଲ ମେଡିସିନ । ସପୁରୀ ଜୁସ୍‌ ହେଉଛି ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ । ଖରାଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ। ତେବେ ଆସନ୍ତୁ ଜାଣିବା ସପୁରୀ ଜୁସ୍‌ ପିଇବା ଦ୍ଵାରା କଣ ମିଳିଥାଏ ଫାଇଦା । ସପୁରୀ ଜୁସ୍‌ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ।

{"id":803698,"width":839,"height":839,"sizeSlug":"full","linkDestination":"none"}

ସପୁରୀ ରସ ପିଇବା ଦ୍ଵାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ମିଳେ ଓ ଉଜ୍ଵଳ ତ୍ଵଚା ଫେରାଏ। ବୟସ ବଢିବା ସହିତ ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍‌ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ।

{"id":803699,"width":839,"height":629,"sizeSlug":"full","linkDestination":"none"}

ସପୁରୀ ଜୁସ୍‌ରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ଥାଏ। ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ପ୍ରତିଦିନ ପିଅନ୍ତି ତାହାଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

{"id":803700,"width":840,"height":471,"sizeSlug":"full","linkDestination":"none"}

ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍‌ ପିଉଛନ୍ତି ସେମାନଙ୍କଠାରୁ ରୋଗ ମଧ୍ୟ ଦୂରରେ ରହିଥାଏ । ସେମାନଙ୍କର ପ୍ରତିରୋଧକୁ ଶକ୍ତି ବୃଦ୍ଧି ହୁଏ। ଏହା ଅନେକ ରୋଗ ସହିତ ମଧ୍ୟ ଲଢିଥାଏ ।

You Can Read:

wp:embed {"url":"https://www.prameyanews7.com/the-reason-public-bathroom-stalls-have-gaps/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-reason-public-bathroom-stalls-have-gaps/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.