ଅସହ୍ୟ ହେଉଛି ଶିକ୍ଷୟିତ୍ରୀଙ୍କ ବ୍ୟବହାର; ରାଜରାସ୍ତାରେ ଧାରଣାରେ ବସିଲେ ଛାତ୍ରୀ

Published By : Prameya-News7 Bureau | November 09, 2022 IST

ଉଦଳା ୦୯/୧୧: ପ୍ରଧାନ ଶିକ୍ଷୟିତ୍ରୀଙ୍କ ଖରାପ ବ୍ୟବହାରକୁ ଛାତ୍ରୀ ଅସନ୍ତୋଷ। ଶିକ୍ଷୟିତ୍ରୀଙ୍କ ଅଶ୍ଳିଳ ଜାତିଗତ ଆକ୍ଷେପକୁ ଛାତ୍ରୀଙ୍କ ବିରୋଧ। ସେଥିପାଇଁ  ବୁଧବାର ଶରତରେ ଥିବା ଫୁଲବତୀ ହେମ୍ୱ୍ରମ୍‌ ସରକାରୀ ଗାର୍ଲସ ହାଇସ୍କୁଲ୍‌ର ଛାତ୍ରୀମାନେ ରାସ୍ତାରେ ଧାରଣା ଦେଇଛନ୍ତି। ଫଳରେ ଠାକୁରମୁଣ୍ଡାରୁ ଶରତ ପର୍ଯ୍ୟନ୍ତ ଗାଡ଼ିମୋଟର ଯାଆସ କରିବା ବାଧାପ୍ରାପ୍ତ ହୋଇଛି। ଖବର ଅନୁସାରେ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ନମିତାରାଣୀ ଦାସ ଅଛନ୍ତି।

wp:gallery {"linkTo":"none"} /wp:gallery

ସେ  ଛାତ୍ରୀ ଏବଂ ହଷ୍ଟେଲ ଅନ୍ତେବାସିନୀମାନଙ୍କୁ ବିଭିନ୍ନ ସମୟରେ ଜାତିକୁ ନେଇ ଗାଳି ଗୁଲଜ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଏହାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ସହିତ ଅଭିଭାବକମାନଙ୍କୁ ମଧ୍ୟ ଗାଳି କରି ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଅନ୍ଯପଟେ ଛାତ୍ରୀମାନେ ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀଙ୍କ ତୁରନ୍ତ ବଦଳି ଦାବିରେ ଛାତ୍ରୀମାନେ ଧାରଣାରେ ବସିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.