ମଦ୍ୟପ ପ୍ରଧାନଶିକ୍ଷକ ସସ୍‌ପେଣ୍ଡ, ମଦ୍ୟପାନ କରି ସ୍କୁଲ ଆସିବାର ଭିଡିଓ ହୋଇଥିଲା ଭାଇରାଲ୍

Published By : Prameya-News7 Bureau | February 10, 2020 IST

ନିଶ୍ଚିନ୍ତକୋଇଲି ୧୦।୨: ମଦ୍ୟପ ଅବସ୍ଥାରେ ପ୍ରଧାନଶିକ୍ଷକଙ୍କ ଭିଡିଓ ଭାଇରାଲ୍ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମେରୀପୁର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ରବୀନ୍ଦ୍ର ଦେହୁରୀଙ୍କୁ ନିଲମ୍ବିତ କରିଛନ୍ତି ବ୍ଲକ୍ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା ।

{"id":222594,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୫ତାରିଖରେ ପ୍ରଧାନଶିକ୍ଷକ ଜଣଙ୍କ ମଦ୍ୟପାନ କରି ସ୍କୁଲ ଆସିଥିବାର ଭିଡିଓ ଭାଇରାଲ୍ ହୋଇଥିଲା । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ମେରୀପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦ ପିଇ ମାତାଲ ହୋଇ ସ୍କୁଲ ଆସୁଥିଲେ । ବାରମ୍ବାର ଏଭଳି ଅବସ୍ଥାରେ ସ୍କୁଲକୁ ଆସୁଥିବା ନେଇ ତାଙ୍କ ନାମରେ ରହିଥିଲା ସଂଗୀନ ଅଭିଯୋଗ । ହେଲେ ଗାଁଲୋକେ ପୂର୍ବରୁ ବହୁ ଥର ସାରଙ୍କୁ ବୁଝାଇ ସୁଝାଇ ଛାଡି ଦେଇଥିଲେ । ମାତ୍ର ପୁଣି ଥରେ ୫ତାରିଖ ଦିନ ସପୃକ୍ତ ପ୍ରଧାନଶିକ୍ଷକ ମଦ ପିଇ ସ୍କୁଲକୁ ଆସିଥିବାରୁ ଗାଁ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ । ଏହାସହ ଶିକ୍ଷକଙ୍କ ଭିଡିଓ କରି ଭାଇରାଲ୍ କରିଦେଇଥିଲେ । ଫଳରେ ବ୍ଲକ୍ ଶିକ୍ଷା ଅଧିକାରୀ ସପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.