ମୋ ସ୍କୁଲ୍ ଅଭିଯାନ ନାଁରେ ଟଙ୍କା ଆଦାୟ କରୁଛନ୍ତି ଶିକ୍ଷୟତ୍ରୀ, ପ୍ରତି ସାର୍ଟିଫିକେଟ ପାଇଁ ନେଉଛନ୍ତି ୫୦୦
24/08/2022 at 5:50 PM

ଜୟପୁର, ୨୪/୦୮: ମୋ ସ୍କୁଲ୍ ଅଭିଯାନ ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । ୧୦୦ କି ୨୦୦ ନୁହେଁ ମାଟ୍ରିକ ପାସ୍ କରିଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ପିଛା ୫ଶହ ଟଙ୍କା ଆଦାୟ କରୁଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ହାଟ ଗୁଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ବିରୋଧରେ। ଏନେଇ ଅବିଭାବକମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପ୍ରତିବାଦ କରିଥିଲେ ବି ସେ କିଛି ଶୁଣୁନାହାନ୍ତି, ବରଂ ଓଲଟା ତୋଡ ଦେଖାଉଛନ୍ତି । ମୋ ସ୍କୁଲ ଅଭିଯାନରେ ସ୍କୁଲର ଆନୁସଙ୍ଗିକ ବିକାଶ ଏହାସହ ଜୟପୁର ଯାଇ ସାର୍ଟିଫିକେଟ ଆଣିବା ଖର୍ଚ୍ଚ କିଏ ବହନ କରିବ ବୋଲି ପାଲଟା ଯୁକ୍ତି କରୁଛନ୍ତି । ଦେଖନ୍ତୁ ଏହାର exclusive ଭିଡିଓ…
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023