ଭିଜିଲାନ୍ସ ହାତରେ ପ୍ରଧାନ ଶିକ୍ଷୟିତ୍ରୀ, ଜନ୍ମ ପଞ୍ଜୀକରଣ ସାର୍ଟିଫିକେଟ୍ ପାଇଁ ନେଉଥିଲେ ୨୦୦୦ ଟଙ୍କା
27/02/2020 at 12:08 PM

ବାଙ୍କୀ ୨୭।୨: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ । ବାଙ୍କୀ ତୁଳସୀପୁର ରଙ୍ଗଣୀସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କ ବାସଭବନରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ କରାଯାଇଛି ।

ଜଣେ ଅଭିଭାବକଙ୍କ ଠାରୁ ଜନ୍ମ ପଞ୍ଜୀକରଣ ସାର୍ଟିଫିକେଟ୍ ସ୍କୁଲରୁ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଥିଲେ ଭିଜିଲାନ୍ସ ହାତରେ । ଏହାପରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଙ୍କୀ ସ୍ଥିତ ଭଡାଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ହୋଇଛି ।

ତାଙ୍କ ନିଜ ଘର ସାଲେପୁର ଅଞ୍ଚଳରେ । ହେଲେ ସେ ଦୀର୍ଘ ଦିନ ହେବ ବାଙ୍କୀରେ ରହି ଶିକ୍ଷକତା କରୁଥିଲେ । ତାଙ୍କ ବାସଭବନରୁ ବ୍ୟାଙ୍କ ଜମା ଖାତା, ବିଭିନ୍ନ ବ୍ୟାଙ୍କର ପାସବୁକ, ତଥା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023