କଟକ ୩।୮: ଅନଲାଇନ ପାଠପଢା ବେଳେ ଅଶ୍ଳୀଳ ଫଟୋ ପୋଷ୍ଟିଂ କରିଥିବା ନେଇ ସ୍ବୀକାର କଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ । ଅଜାଣତରେ ଭୁଲ୍ ହୋଇଥିବା କଥା କହିଛନ୍ତି ପ୍ରଧାନ ଶିକ୍ଷକ । ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।
ଅନଲାଇନ୍ କ୍ଲାସ୍ ବେଳେ ଅଶ୍ଳୀଳ ଭିଡିଓ ପୋଷ୍ଟ କରିବା ଘଟଣାରେ ଦରଘାବଜାର ଥାନାରେ ପ୍ରଧାନ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଆଇଟି ଓ ସାଇବର କ୍ରାଇମ୍ ଆକ୍ଟ ଅନୁଯାୟୀ ରୁଜୁ ହେଲା ମାମଲା । ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଦରଘାବଜାର ଥାନା ପୋଲିସ ।
ଅଭିଯୋଗ ହୋଇଥିବା ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ନାମରେ ଦଫା ୨୯୨,୫୦୯ ଆଇପିସି ସମେତ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଗତ ଶନିବାର ଏ ନେଇ ସରକାରୀ ହାଇସ୍କୁଲର ପରିଚାଳନା କମିଟି ପକ୍ଷରୁ ଦରଘାବଜାର ଥାନାରେ ହୋଇଥିଲା ମାମଲା ।