ବଲାଙ୍ଗୀରରୁ ନାବାଳକର ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର; ବଳି ସନ୍ଦେହ
16/10/2018 at 12:33 PM

ବଲାଙ୍ଗିର ୧୬/୧୦ : ବଲାଙ୍ଗୀର ସିନ୍ଧେକେଲା ଥାନା ଚାନ୍ଦତୋରା ସୁନ୍ଦର ନଦୀ ପଠାରୁ ଜଣେ ନାବାଳକର ମିଳିଲା ମୃତଦେହ ଠାବ ହୋଇଛି | ନାବାଳକର ମୁଣ୍ଡ ଓ ଗଣ୍ଡି ଅଲଗା ଅବସ୍ଥାରେ ଠାବ ହୋଇଛି | ଗତ ୩ ଦିନ ତଳେ ସିନ୍ଧେକେଲା ଗାଁ ରଣାପଡାର ୮ ବର୍ଷର ମିଥୁନ ରଣା ନାମକ ନାବାଳକ ନିଖୋଜ ହୋଇଯାଇଥିଲେ | ଏ ନେଇ ପରିବାର ଲୋକେ ସିନ୍ଧେକେଲା ଥାନାରେ ଅଭିଯୋଗ କରିବା ସହ ଏକ ମାମଲା ରୁଜ୍ଜୁ କରିଥିଲେ | ତେବେ ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ | ମୃତଦେହଟି ମିଥୁନର ବୋଲି ସନ୍ଦେହ କରାଯାଉଛି କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ତରଫରୁ କୌଣସି ପୁଷ୍ଟି କରାଯାଇନାହିଁ | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି | ଫରେନସିକ ଟେଷ୍ଟ ପରେ ଜଣାପଡିବ ନାବାଳକଟି କିଏ ଏବଂ କେଉଁ ପରିସ୍ଥିତି ତାଙ୍କର ମୃତ୍ୟୁ ହୋଇଛି ବୋଲି କହିଛି ପୋଲିସ |
Related Posts
ଡିଲ୍ବେଳେ ପୋଲିସ ବନ ବିଭାଗର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023
ଲୁଟେରାଙ୍କ ଟାର୍ଗେଟରେ ଛୋଟ ବ୍ୟବସାୟୀ, ନିଶା ଦେଇ କରୁଛନ୍ତି ଲୁଟ୍
1 February 2023