ଦାନ୍ତ ପାଇଁ ଦନ୍ତାକୁ ହତ୍ୟା ; ମୁଣ୍ଡ ବିହୀନ ଦନ୍ତା ହାତୀର ମୃତଦେହ ଉଦ୍ଧାର
27/09/2018 at 3:23 PM

ଦେବଗଡ଼ ୨୭/୯ : ଦେବଗଡ଼ ତିଳେଇବଣି ବିଭାଗ ପ୍ରଭାଷୁଣି ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଏକ ମୁଣ୍ଡ ବିହିନ ଦନ୍ତା ହାତୀର ଶବ ଉଦ୍ଧାର କରିଛି ବନ ବିଭାଗ । ମୃତ ହାତୀର ଦେହରୁ ମୁଣ୍ଡଟିକୁ ଅଲଗା କରି ହାତୀ ଦାନ୍ତ ଚେରୀ କରିନେଇଛନ୍ତି ଦୁର୍ବୁର୍ତ୍ତ । ମୁଣ୍ଡରୁ ଶୁଣ୍ଢଟିକୁ କାଟି ଜଙ୍ଗଲରେ ପକାଇ ଚାଲି ଯାଇଥିବା ବେଳେ ହାତୀର ଦାନ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଉକ୍ତ ହାତୀଟି ଗତ କିଛି ଦିନ ଉକ୍ତ ଅଞ୍ଚଳରେ ଆହତ ଅବସ୍ଥାରେ ଥିବା ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଫଳରେ ହାତୀକୁ ମାରି ଦାନ୍ତ ଚେରୀ କରିବା ଜଣା ପଡ଼ବା ପରେ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଦାୟି କରିଛନ୍ତି । ଆଜି ସକାଳେ ସ୍ଥାନୀୟ ଗ୍ରାମବାସୀ ଖବର ପାଇ ଜଙ୍ଗଲ ବିଭାକୁ ଖବର ଦେବା ସହିତ ଘଟଣା ସ୍ଥଳରେ ଦେବଗଡ଼ ରେର ଓ ତିଳେଇବଣିର ଫରେଷ୍ଟର ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ହାତୀ ଦାନ୍ତ ଚୋରିକୁ ଜଙ୍ଗଲ ବିଭାଗ ସ୍ବୀକାର କରିବା ସହିତ ଶିକାରୀକୁ ଧରିବା ପାଇଁ ଉଦ୍ୟମ କରାଯିବ ବୋଲି ରେଞ୍ଜର କହିଛନ୍ତି` ।