Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

SHG ମହିଳାଙ୍କୁ ଦିଆଯବ ଡ୍ରାଇଭିଂ ଟ୍ରେନିଂ, ୨ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର

6/03/2023 at 5:20 PM

ଭୁବନେଶ୍ବର ୬।୩: ମହିଳାଙ୍କୁ ସଶକ୍ତିକରଣ ଉପରେ ଅଧିକ ପ୍ରଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ମିଶନ ଶକ୍ତି ବିଭାଗର ବଜେଟକୁ ୨୭ ପ୍ରତିଶତ ବୃଦ୍ଧି କରିଛନ୍ତି। ଏସଏଚଜି ମହିଳାଙ୍କ ହାତକୁ ଅଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଦେବା ସହିତ ସେମାନଙ୍କ କାମକୁ ସହଜ କରିବା ପାଇଁ ଇସ୍କୁଟର ଯୋଗାଇ ଦେବେ। ଏହାସହିତ ଏସଏଚଜି ମହିଳାଙ୍କୁ ଫ୍ୟାସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମେଣ୍ଟ ଟ୍ରେନିଂ ଦେବେ ସରକାର। ଏସଏଚଜି ମହିଳାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଏବଂ ଗାଁ ସୁଧ କାରବାର ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମିଶନ ଶକ୍ତି ସଚିବ।

ଏସଏଚଜି ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ । ନାରୀ ସଶକ୍ତିକରଣକୁ ବ୍ୟାପକ ଭାବେ ଦେଖିବା କଥା । ଏହାକୁ ବିଭକ୍ତ କରିପାରିବେ ନାହିଁ । ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଏମିତି କୁହାଯାଇପାରିବ ନାହିଁ ।  ଏହା ଏକ ପ୍ରକ୍ରିୟା । ଗତ ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ ରହିଥିବା ବେଳେ ୬୦-୭୦% ମହିଳା ନିଜସ୍ଵ ବଳରେ ଜିତି କି ଆସିଛନ୍ତି । ଆମର ଜିଲ୍ଲା ପରିଷଦ ନିର୍ବାଚନରେ ୨୧ ମହିଳା ଅଧ୍ୟକ୍ଷା ଭାବେ ଜିତିଛନ୍ତି । ମହିଳାମାନଙ୍କୁ ଲିଡରସିପ୍ ରୋଲ ପ୍ଲେ କରିବାକୁ ମିଶନଶକ୍ତି ପ୍ଲାଟଫର୍ମ ଦେଇଥାଏ । ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି, ତାଙ୍କୁ ସମାଲୋଚନା କରା ନଯାଉ । ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ । ଏହାସହିତ ଏସଏଚଜି ମହିଳା ଗାଁରେ ସୁଧ କାରବାର ଅଭିଯୋଗ ନେଇ କହିଛନ୍ତି । ଏସଏଚଜିଙ୍କୁ ୨ଟି ଲକ୍ଷ୍ୟ ନେଇ ଋଣ ଦିଆଯାଉଛି । ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ, ୬୦ରୁ ୭୦% ସୁଧ ଦେଉଥିଲେ । ଏବେ ଏସଏଚଜି ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରୁଛନ୍ତି । ଏହା ସେମାନଙ୍କର ସଶକ୍ତିକରଣ ।

ଏପଟେ ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଅଗାମୀ ୫ ବର୍ଷରେ ଏସଏଚଜି ମହିଳାଙ୍କୁ ୧୦ହଜାର କୋଟି ଟଙ୍କାର କାମ ଦେବେ ସରକାର । ବର୍ତ୍ତମାନ ୧୫ ବିଭଗରେ ଏସଏଚଜି ମହିଳା କାମ କରୁଥିବା ବେଳେ ଚଳିତବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ଲାଗିବା ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ 5T ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ ଏସଏଚଜି । ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ । ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ପ୍ରସ୍ତୁତିକୁ ଦିଆଯିବ ଗୁରୁତ୍ବ । ଏସଏଚଜି ମହିଳାଙ୍କୁ ମିଳିବ ଫ୍ୟାସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ । ଓୟୁଏଟି ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ ।  ଚଳିତ ବର୍ଷ ଏସଏଚଜିର ୨ ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ବାବଦ ସମ୍ପୂର୍ଣ୍ଣ ସୁଧ ଦେବେ ରାଜ୍ୟ ସରକାର ।

ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସେଥିପାଇଁ ମିଶନଶକ୍ତିକୁ ସ୍ବତନ୍ତ୍ର ବିଭାଗ କରିଛନ୍ତି । ଚଳିତ ବର୍ଷର ବଜେଟ୍ ମିଶନଶକ୍ତି ବିଭାଗର ପ୍ରଥମ ବଜେଟ୍ ।

   Related Posts