ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ-କାର୍ଯ୍ୟରେ ଅବହେଳା ଯୋଗୁଁ ଆସି ନଥିଲା ଛାତ୍ରୀଙ୍କର ମାଟ୍ରିକ ପରୀକ୍ଷା ଆଡିମିଟ୍ କାର୍ଡ
20/02/2020 at 7:42 PM

ରାଉରକେଲା : କାର୍ଯ୍ୟରେ ଅବହେଳା ଯୋଗୁଁ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ । ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦେଶରେ କଲେ ନିଲମ୍ବନ କରାଯାଇଥିବା ସୂଚନା । ପାନପୋଷ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମାନସ ମୋହିନୀ ବଳଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ।
ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରୀ ଫର୍ମ ପୂରଣ କରିଥିଲେ । ମାତ୍ର ପ୍ରଧାନ ଶିକ୍ଷୟତ୍ରୀ ବୋର୍ଡ଼କୁ ଏହାକୁ ପଠାଇ ନ ଥିଲେ । ଫଳରେ ଆଡମିଟ କାର୍ଡ ଆସି ନଥିଲା । ଆଡମିଟ କାର୍ଡ ପାଇନଥିବା ଛାତ୍ରୀ ଜିଲ୍ଲାପାଳ ଓ ଡିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବୋର୍ଡରୁ ଆଡମିଟ କାର୍ଡ ଆସିଥିଲା । ଏହାପରେ ଛାତ୍ରୀ ସ୍ବାଭାବିକ ଭାବେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023