ଦେଶର ସୁପର ୩୦ରେ କୋରାପୁଟ ଅଖ୍ୟାତ ପଲ୍ଲୀର ସାର୍ : ଜାଣନ୍ତୁ ତ୍ୟାଗ, ସାଧାନା ଓ ସିଦ୍ଧିର କଥା

Published By : Prameya-News7 Bureau | October 25, 2019 IST

ଜୟପୁର (ପଦ୍ମନାଭ ହୋତା) ୨୫|୧୦: ନା ଥିଲା ଶିକ୍ଷାଗତ ଯୋଗ୍ୟତାର ଅଭାବ ,ନା ଥିଲା ସରକାରୀ ଚାକିରୀର ଅଭାବ। କେବଳ ଅଭାବ ଥିଲା ନିଜ ଜନ୍ମ ମାଟିରେ ଗୋଟିଏ ସ୍କୁଲର। ଆଉ ସେଇଥି ପାଇଁ  ସବୁ ବଡ ବଡ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ପ୍ରତିଷ୍ଠା କଲେ ଏକ ହାଇସ୍କୁଲ।ଏହି ସ୍କୁଲରୁ ଅନେକ ଛାତ୍ରଛାତ୍ରୀ ପାଠ ପଢି ଏବେ ଦେଶ ବିଦେଶରେ ପ୍ରତିଷ୍ଠିତ । ଆଉ ତାଙ୍କର ଏହି ପ୍ରସାୟ ଯୋଗୁଁ ଜାତୀୟ ସ୍ତରରେ ସୁପର ୩୦ ଆୱାର୍ଡରେ ସମ୍ମାନୀତ ହେଇଛନ୍ତି କୋରାପୁଟ ଲାଛନା ଗୁଡାର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ ।

{"id":174729}

ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହୋଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲାର ଆଉ ଜଣେ ଶିକ୍ଷକ। ଅଖ୍ୟାତ ପଲ୍ଲୀରୁ ପାଇଲେ ଜାତୀୟ ସ୍ତରରେ ସୁପର ଥାର୍ଟି ଆୱାର୍ଡ।ଆଉ ଶିକ୍ଷା କ୍ଷେତ୍ରରେ କୋରାପୁଟ ଜିଲ୍ଲାକୁ ଦେଲେ ନୂଆ ପରିଚୟ। ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ଲାଛନାଗୁଡାର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ।

{"id":174730}

ଦୁର୍ଗମ ଅଂଚଳ ଯେଉଁଠାରେ ଶିକ୍ଷା ଅପହଁଚ ସେଠାରେ ଶିକ୍ଷା ପହଁଚାଇ ଏହି ସମ୍ମାନର ହକଦାର ହେଇଛନ୍ତି । ଜାତୀୟ ସ୍ତରର ଏହି ଆୱାର୍ଡ ପାଇଁ ୩୦ ହଜାର ଆବେଦନ ଆସିଥିବା ବେଳେ ଶ୍ରେଷ୍ଠ ୩୦ଟି ସ୍କୁଲର ପ୍ରତିଷ୍ଠାତାଙ୍କୁ  ଏହି ସମ୍ମାନରେ ସମ୍ମାନୀତ କରାଯାଇଛି।

{"id":174731}

ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ଦେଶର ଜଣାଶୁଣା ସଂସ୍ଥା  ଆଇ.ବି ହବ୍ ଦ୍ବାରା ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଆଉ ଏହି ସମ୍ମାନ ପାଇବା ପରେ ସ୍କୁଲର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକଙ୍କ ଖୁସି କହିଲେ ନସରେ ।

{"id":174732}

ସୁପର ଥାର୍ଟି ଆୱାର୍ଡ ପଛରେ ସମସ୍ତ ଶ୍ରେୟ ଯାଉଛି ସାବତ ସାରଙ୍କୁ।ସାରଙ୍କ ଜନ୍ମ ଏହି ଦୁର୍ଗମ ଆଦିବାସୀ ବହୁଳ ଲାଛନାଗୁଡାରେ।ସେ ଏଠାରେ ଜନ୍ମ ହୋଇଥିଲେ ବି ପାଠ ପଢିବାକୁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।ଗାଁରେ ସ୍କୁଲ ନଥିବାରୁ ସେ ନିକଟସ୍ଥ କୁନ୍ଦୁରାରୁ ହାଇସ୍କୁଲ ଶିକ୍ଷା ସାରିବା ପରେ ଜୟପୁରରେ ଏମ୍.ଏ,ଏଲ୍.ଏଲ୍.ବି ଓ ପରେ ବି.ଏଡ୍ କରିଥିଲେ।

{"id":174733}

୯୦ ଦଶକରେ ସରାକାରୀ ଚାକିରୀର ଅଭାବ ବି ନଥିଲା।ହେଲେ ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ସେ। ତାଙ୍କ ଭଳି ପାଠ ପଢିବା ପାଇଁ ଆଉ କିଏ କଷ୍ଟ ନପାଉ କି ଅଧାରୁ ପାଠ ଛାଡୁ ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରତିଷ୍ଠା କରିଥିଲେ ସ୍କୁଲ ।ଆଉ ସ୍କୁଲ ପ୍ରତିଷ୍ଠା ହେବାର ୩୦ ବର୍ଷ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷିତ ହୋଇ ଏବେ ଦେଶ ବିଦେଶରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.