ଉମରକୋଟ ୭।୧: ଭିଜିଲାନ୍ସ ଜାଲରେ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।
{"id":208084,"sizeSlug":"large"}ଏକକାଳୀନ ୫ଟି ସ୍ଥାନରେଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ପ୍ରଧାନଶିକ୍ଷକଙ୍କ ରାଇଘର ଥିବା ୩ଟି ବାସଭବନ, ଦୋକାନ ଗୃହ, ଗୋଦାମ ଗୃହ, ସ୍କୁଲରେ ଚଢ଼ାଉ ଚାଲିଛି । ୫ଟି ଟିମ୍ ରେ ୩୦ଜଣ ଏହି ଚଢାଉ ଜାରି ରଖିଛନ୍ତି । ତେବେ ଶିକ୍ଷକଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।