ସ୍କୁଲରେ ୫ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ ପ୍ରଧାନଶିକ୍ଷକ, ଦେଖାଉଥିଲେ ଅଶ୍ଲୀଳ ଭିଡିଓ

Published By : Prameya-News7 Bureau | December 17, 2020 IST

ହାଇଦ୍ରାବାଦ,୧୭/୧୨: ପ୍ରଧାନ ଶିକ୍ଷକଙ୍କ କୁତ୍ସୀତ କାରନାମା । ୫ ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ।

ଅଭିଯୋଗ ହୋଇଛି ଯେ, ୪୦ ବର୍ଷୀୟ ଏହି ଶିକ୍ଷକ ଜଣକ ୫ ଜଣ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ସମସ୍ତ ନାବାଳିକାଙ୍କ ବୟସ ୭ରୁ ୧୧ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ସେ ଚଳିତ ବର୍ଷ ଅଗଷ୍ଟରୁ ସ୍କୁଲ ମଧ୍ୟରେ ଏହି ନାବାଳିକାମାନଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ। କରୋନା ପାଇଁ ସ୍କୁଲ ବନ୍ଦ ଥିଲେ ବି ବିଭିନ୍ନ ବାହାନା କରି ସେ ନାବାଳିକାଙ୍କୁ ସ୍କୁଲ ଡାକୁଥିଲେ । ଏପରିକି ଦୁଷ୍କର୍ମ ପୂର୍ବରୁ ନାବାଳିକାମାନଙ୍କୁ ସେ ବଳପୂର୍ବକ ଅଶ୍ଳୀଳ ଭିଡିଓ ଦେଖାଉଥିଲେ । ଏବାବଦରେ ମୁହଁ ନ ଖୋଲିବାକୁ ମଧ୍ୟ ସେ ଧମକଚମକ ଦେଉଥିଲେ ।

ଏନେଇ ସ୍ଥାନୀୟ ପୋଲିସ ତାଙ୍କ ବିରୋଧରେ ଧାରା ୩୭୬ ଏବଂ ପୋକ୍ସୋ ଆଇନ ଅଧୀନରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.