Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ପ୍ରଧାନଶିକ୍ଷକ

18/07/2019 at 3:47 PM

ବାଂଶପାଳ ୧୮|୭: ଦିନକୁ ଦିନ ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ବଢ଼ିବାରେ ଲାଗିଛି । କେତେବେଳେ ଅଜଣା ବ୍ୟକ୍ତିଙ୍କ ଦ୍ଵାରା ତ କେତେବେଳେ ଶିକ୍ଷକଙ୍କ ଦ୍ଵାରା ନାବାଳିକା ଅସଦାଚରଣର ଶିକାର ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ନିକଟସ୍ଥ କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅସଦାଚରଣ କରିଛନ୍ତି ଖୋଦ୍ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ । ପ୍ରଧାନଶିକ୍ଷକ ପାଣି ପିଇବାକୁ ମାଗି ଏକୁଟିଆ ନିଜ ରୁମ୍ କୁ ଡାକି ଅସଦାଚରଣ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ କାଞ୍ଜିପାଣି ଥାନା ଅଧିକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମହାନ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି ।

ଛାତ୍ରୀ ଜଣଙ୍କ ନାବାଳିକା ହୋଇଥିବାରୁ ଶିଶୁ ମଙ୍ଗଳ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ନାମରେ ବହୁବାର ଅଭିଯୋଗ ହୋଇଆସୁଛି । ଏହି ଆଶ୍ରମ ବିଦ୍ୟାଳୟଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଛାତ୍ରୀମାନେ ଏଠାରେ ରହି ପାଠ ପଢିଥାନ୍ତି ।

   Related Posts