ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା, ବନ୍ଧା ହେଲେ ପ୍ରଧାନ ଶିକ୍ଷକ

Published By : Prameya-News7 Bureau | February 13, 2024 IST

ମାଲକାନଗିରି ୧୩।୦୨ : ହଷ୍ଟେଲରେ ଜଣେ ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣା । ଶେଷରେ ଗିରଫ ହେଲେ ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ।

{"id":908449,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ କ୍ରୀଡା ଉତ୍ସବରେ ଯୋଗ ଦେବା ଲାଗିଯାଇଥିଲେ । ହେଲେ ସେଠାରୁ ଫେରୁଥିବା ବେଳେ ଚଳନ୍ତା ଟ୍ରେନ୍‌ରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଯାହାର ଫଟୋ ଭାଇରାଲ ହେବା ପରେ ଗାଁ ଲୋକେ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ମାଡ ମାରିଥିଲେ । ପରେ ସେଠାରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସମୟରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଫେରାର ହୋଇଯାଇଥିଲେ ।

{"id":908450,"sizeSlug":"full","linkDestination":"none"}

ତେବେ ବୌଦ୍ଧ ଜିଲ୍ଲାରେ ଜଣେ ସଂପର୍କୀୟଙ୍କ ଘରେ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ଲୁଚି ରହିଥିବା ଖବର ପାଇ ଚଢାଉ କରିଥିଲା ମାଲକାନଗିରି ପୋଲିସ । ସେଠାରେ ଶିକ୍ଷକଙ୍କୁ ଗିରଫ କରି ପୋଲିସ ମାଲକାନଗିରି ଆଣିଥିବା ବେଳେ କୋର୍ଟ ଚାଲାଣ କରାଯାଇଛି ।

wp:embed {"url":"https://www.prameyanews7.com/virat-kohli-anushka-sharma-pregnancy-problem/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-anushka-sharma-pregnancy-problem/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.