୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ, ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ

Published By : Prameya-News7 Bureau | February 10, 2024 IST

କେନ୍ଦ୍ରାପଡ଼ା ୧୦।୦୨ : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଅତି । ଏହାସହିତ ପ୍ରଧାନଶିକ୍ଷକଙ୍କ ନିକଟରୁ ନଗଦ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

{"id":907108,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଲୋନ୍‌ କାଗଜପତ୍ରରେ ଦସ୍ତଖତ ପାଇଁ ନିଜ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ । ମାତ୍ର ୫ ହଜାର ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି । ଏହି ଆଧାରରେ ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କୁ କାବୁ କରିଛି । ପ୍ରଧାନଶିକ୍ଷକଙ୍କ ଠାରୁ କିଛି ନଗଦ ଟଙ୍କା ଜବତ ହୋଇଥିବା ଜଣାପଡିଛି । ସେପଟେ ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

wp:embed {"url":"https://www.prameyanews7.com/v-sugyana-kumari-deo-passes-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/v-sugyana-kumari-deo-passes-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.