ସାକାର ହେଲା ପିଲା ବେଳର ସ୍ବପ୍ନ: ୬୪ ବର୍ଷ ବୟସରେ ସାଜିଲେ ଡାକ୍ତରୀ ଛାତ୍ର

Published By : Prameya-News7 Bureau | December 25, 2020 IST

ସମ୍ବଲପୁର୨୫/୧୨: କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଘଟଣା। ୬୪ ବର୍ଷ ବୟସରେ ଡାକ୍ତରୀ ପାଠ ପଢ଼ିବାକୁ ମନ ବଳାଇଛନ୍ତି ଜଣେ ବ୍ୟକ୍ତି। ସେ ବୁର୍ଲା ଭୀମସାରେ ଏମବିବିଏସ  ପାଠ୍ୟକ୍ରମରେ ପ୍ରଥମ ବର୍ଷର ଛାତ୍ର ହିସାବରେ ଆଡମିଶନ ନେଇଛନ୍ତି। ଏହି ବ୍ୟକ୍ତଙ୍କ ନାଁ ଜୟକିଶୋର ପ୍ରଧାନ। ବରଗଡ ଜିଲ୍ଲା ଅତାବିରାରେ ତାଙ୍କ ଘର। ଡାକ୍ତରୀ ପାଠ୍ୟକ୍ରମରେ ଯେଉଁ ନିୟମ ରହିଛି, ସେସବୁ ପାଳନ କରି ଜୟକିଶୋର ଆଡିମିଶନ ନେଇଛନ୍ତି।   

ସେ ଗତ ବର୍ଷ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପୂର୍ବରୁ ଜୟକିଶୋର ୨୦୧୬ ମସିହାରେ ବରଗଡ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ଫିଲ୍ଡ ଅଫିସର ଭାବେ ଅବସର ନେଇଥିଲେ। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ, ଆଜି ତାଙ୍କର ସ୍ବପ୍ନ ପୂରଣ ହୋଇଛି। ଜୟକିଶୋରଙ୍କ ଏଭଳି ଇଚ୍ଛାଶକ୍ତି ଦେଖି ବନ୍ଧୁ ପରିଜନ ସମସ୍ତେ ପ୍ରଶଂସା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.