ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେବା ପାଇଁ ଦାଖଲ କରିଥିଲେ ଯାଚିକା, ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ   

21/10/2022 at 9:55 PM

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରି ତାଙ୍କୁ ଭାରତର ରାଷ୍ଟ୍ରପତି ନିଯୁକ୍ତ କରିବାକୁ ଦାବି କରିଛନ୍ତି । ତେବେ ଏହାପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କଡା ଭର୍ସନା କରିଛନ୍ତି । ଶୀର୍ଷ ଅଦାଲତ ଶୁକ୍ରବାର ଭାରତର ରାଷ୍ଟ୍ରପତି ରୂପେ ନିଯୁକ୍ତି ଦେବା ନେଇ ଜଣେ ବ୍ୟକ୍ତିଙ୍କ ଯାଚିକାକୁ ଖାରଜ କରିଛନ୍ତି । ନ୍ୟାୟମୂର୍ତ୍ତି ଡି ୱାଇ ଚନ୍ଦ୍ରଚୂଡ ଏବଂ ନ୍ୟାୟମୂର୍ତ୍ତି ହିମା କୋହଲିଙ୍କ ପୀଠ ରେଜିଷ୍ଟାରଙ୍କୁ ଏହି ପ୍ରସଙ୍ଗରେ ଭବିଷ୍ୟତରେ କୌଣସି ପିଟିସନ ଗ୍ରହଣ ନକରିବାକୁ କହିଛନ୍ତି ।

ଏହାସହ ନ୍ୟାୟମୂର୍ତ୍ତି ଡି ୱାଇ ଚନ୍ଦ୍ରଚୂଡ ଏବଂ ନ୍ୟାୟମୂର୍ତ୍ତି ହିମା କୋହଲିଙ୍କ ପୀଠ ଯାଚିକାକୁ ତୁଚ୍ଛ ଏବଂ ଏହା ଅଦାଲକଙ୍କ ପ୍ରକ୍ରିୟାର ଦୁରୁପଯୋଗ ବୋଲି କହିଥିଲେ । ଏହାସହ ସର୍ବୋଚ୍ଚ ଅଦାଲତ ଏହ ଏକ ମିଛ ଯାଚିକା ବୋଲି କହିଥିଲେ।

ନିଜକୁ ପରିବେଶବିତ୍ ଦାବି କରୁଥିବା କିଶୋର ଜଗନ୍ନାଥ ସାୱନ୍ତଙ୍କ ଦ୍ୱାରା ଦାଖଲ ଯାଚିକାରେ କୁହାଯାଇଥିଲା ଯେ, ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ତାଙ୍କୁ ଲଢିବାକୁ ଅନୁମତି ଦିଆଗଲା ନାହିଁ । ସାୱନ୍ତ ଶୀର୍ଷ କୋର୍ଟଙ୍କ ଆଗରେ ହାଜର ହୋଇଥିଲେ ଏବଂ କହିଥିଲେ ଯେ, ସରକାରଙ୍କ ନୀତି ଗୁଡିକ ବିରୋଧରେ ଲଢିବାର ପୂର୍ଣ୍ଣ ଅଧିକାର ରହିଛି। ବ୍ୟାକ୍ତିଙ୍କ ଯାଚିକାରେ ତିନୋଟି ବିନ୍ଦୁ ସାମିଲ ରହିଥିଲା। ପ୍ରଥମରେ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କୁ ଏକ ନିର୍ବିବାଦ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ । ଦ୍ୱିତୀୟରେ ଭାରତର ରାଷ୍ଟ୍ରପତି ଭାବେ ତାଙ୍କ ନିଯୁକ୍ତିକୁ ନେଇ ନିର୍ଦ୍ଦେଶ ଦିଆଯାଉ । ତୃତୀୟରେ ୨୦୦୪ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଦିଆଯାଉଥିବା ଦରମା ଦିଆଯାଉଛି। ନିଜ ଯାଚିକା ଉପରେ ଶୁଣାଣି କରିବା ପାଇଁ ଆବେଦନକାରୀ ବ୍ୟକ୍ତି ଶ୍ରୀଲଙ୍କା ସ୍ଥିତିକୁ ଦର୍ଶାଇଥିଲେ, ଯେଉଁଠି ଲୋକଙ୍କ ବିରୋଧ ଆଗରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଓହରିବାକୁ ପଡିଥିଲା।

   Related Posts