ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦୁର୍ବଳ ହେଉଛି ବେଜିଂର ଅର୍ଥନୀତି, ଚୀନର ଜିଡିପି ଭାରତର ଆନୁମାନିକ ହାରର ଅଧା; ୪୮ ବର୍ଷରେ ସବୁଠୁ କମ

27/01/2023 at 6:58 PM

ନୂଆଦିଲ୍ଲୀ: ଚୀନର ଜିଡିପିକୁ ନେଇ ଏକ ବଡ଼ ତଥ୍ୟ ସେଠାକାର ସରକାରୀ ଡାଟାରୁ ସାମନାକୁ ଆସିଛି । ଚୀନର ରାଷ୍ଟ୍ରୀୟ ପରିସଂଖ୍ୟାନ ବ୍ୟୁରୋ ଅନୁସାରେ ଦେଶର ବାର୍ଷିକ ଜିଡିପି ବୃଦ୍ଧି ୩ ପ୍ରତିଶତ ରହିଛି, ଯାହା ୨୦୨୨ର ୫.୫ ପ୍ରତିଶତର ସରକାରୀ ଲକ୍ଷ୍ୟ ଠାରୁ ବହୁତ କମ । ଚୀନର ଧିମେଇ ଯାଇଥିବା ଆର୍ଥିକ ଅଭିବୃଦ୍ଧି ଦୁନିଆରେ ଆର୍ଥିକ ମାନ୍ଦାବସ୍ଥାର ଆଶଂକାକୁ ବଳ ଦେବ ।

ଫାଇନାନସିଆଲ ପୋଷ୍ଟର ରିପୋର୍ଟ ଅନୁସାରେ, ଡାଭୋସରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚ ୨୦୨୩ରେ ଚୀନର ଉପ-ପ୍ରଧାନମନ୍ତ୍ରୀ  ଲିୟୁ ହୈ ଚୀନ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ସାମନାରେ ଥିବା ଚିନ୍ତା ଏବଂ ଆହ୍ୱାନ ଉପରେ ମତ ରଖିଥିଲେ । ଏଥିରେ ସେ କହିଥିଲେ ଯେ ଚୀନ ଗତ ପାଞ୍ଚ ବର୍ଷ ଧରି କଠିନ ପରିସ୍ଥିତି ଦେଇ ଗତି କରୁଛି ।  

ଫାଇନାନସିଆଲ ପୋଷ୍ଟର ରିପୋର୍ଟ ଅନୁସାରେ କରୋନା ମହାମାରୀ ଚୀନର ବିକାଶକୁ ଧିମେଇ ଦେଇଛି । ୨୦୨୨ ଅକ୍ଟୋବରରେ ଆଇଏମଏଫ ଦ୍ୱାରା ପ୍ରକାଶିତ ପୂର୍ବାନୁମାନ ତୁଳନାରେ ଚୀନର ଜିଡିପି ବୃଦ୍ଧି କମ ରହିଛି । ଆଇଏମଏଫର ଭବିଷ୍ୟତବାଣୀରେ ଚୀନର ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୪.୪ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଥିଲା । ୨୦୨୧ରେ ଡଲାର ତୁଳନାରେ ଚୀନ କରେନ୍ସି ଦୁର୍ବଳ ହେବା ଏହା ପଛର ପ୍ରମୁଖ କାରଣ ଥିଲା । ୧୯୭୪ରେ ଜିଡିପି ଅଭିବୃଦ୍ଧି ହାର ୨.୩ ପ୍ରତିଶତ ରେକର୍ଡ ହେବା ପରେ ଏହା ଚୀନ ଅର୍ଥବ୍ୟବସ୍ଥାରେ ଏହା ସବୁଠୁ ଦୁର୍ବଳ ପ୍ରଦର୍ଶନ । ଅର୍ଥାତ ଚୀନର ଜିଡିପି ଅଭିବୃଦ୍ଧି ଗତ ୪୮ ବର୍ଷରେ ସବୁଠୁ କମ ରହିଛି ।

ଉଲ୍ଲେଖଯୋଗ୍ୟ ଯେ କରୋନା ମାହାମାରୀ ଯୋଗୁଁ ଚୀନର ଅର୍ଥନୀତି ଅତି ଦୁର୍ବଳ ହୋଇ ପଡିଛି । କରୋନା କଟକଣା ଯୋଗୁଁ ଚୀନର ଆର୍ଥିକ ବିକାଶ ହାର ପ୍ରଭାବିତ ହୋଇଛି । ଚୀନର ଜିଡିପି ଅଭିବୃଦ୍ଧି ହାର ଭାରତର ଆନୁମାନିକ ହାର ୭ ପ୍ରତିଶତରୁ ଅଧା ରହିଛି । ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଛନ୍ତି ।

   Related Posts