ଏଣିକି ହ୍ୱାଟ୍ସଆପ୍‌ରେ ପଠାଇହେବ HD ଫଟୋ, ଖୁବ୍‌ ଶୀଘ୍ର ପଠାଇପାରିବେ ଏଚ୍‌ଡି ଫଟୋ

Published By : Prameya-News7 Bureau | August 18, 2023 IST

ନୂଆଦିଲ୍ଲୀ, ୧୮/୦୮: ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଣିକି ହ୍ବାଟ୍ସଆପ୍‌ରେ ପଠାଇହେବ HD ଫଟୋ। ହ୍ବାଟ୍ସଆପ୍‌ ଏହି ନୂଆ ଫିଚର ରୋଲ୍‌ ଆଉଟ୍‌ କରିଛି। ଏହାଦ୍ବାରା ଏଣିକି ଆଣ୍ଡ୍ରଏଡ୍‌ ଏବଂ ଆଇଓସ ୟୁଜର୍ସମାନେ HD ଫଟୋ ପଠାଇପାରିବେ। ଏମିତିକି ହ୍ବାଟ୍ସଆପ୍‌ ଓ୍ବେବ ଏବଂ ଡେସ୍କଟପ୍‌ ୟୁର୍ଜସଙ୍କୁ ମଧ୍ୟ ଫଟୋ ପଠାଇପାରିବେ।

ଗୁରୁବାର ଏକ ଫେସ୍‌ବୁକ୍‌ ପୋଷ୍ଟରେ ମେଟା ସିଇଓ ମାର୍କ ଜୁକରବର୍ଗ ଏହାର ଘୋଷଣା କରିଛନ୍ତି । ଏହା ସହ ଖୁବ୍‌ଶୀଘ୍ର HD ଭିଡିଓ ମଧ୍ୟ ପଠାଇପାରିବେ ବୋଲି ଘୋଷଣା କରିଛି ମେଟା। ଖୁବ୍‌ଶୀଘ୍ର ଏହି ଫିଚର ମଧ୍ୟ ଆସିବ। ତେବେ ଯେତେବେଳେ କୌଣସି ଫଟୋ ପଠାଇବା ସମୟରେ ଫଟୋ ଉପରେ ଏକ HD ଆଇକନ ଦେଖାଯିବ । ତେବେ HD ଫଟୋ ଦ୍ବାରା ଅଧିକ ଡାଟା ମଧ୍ୟ ଖର୍ଚ୍ଚ ହେବ ତଥା ଷ୍ଟୋରେଜ୍ ମଧ୍ୟ ଲାଗି।

ଆହୁରି ପଢ଼ନ୍ତୁ: ଏଣିକି ହ୍ୱାଟ୍ସଆପ୍‌ରେ ଏଡିଟ୍ କରିପାରିବେ ପଠାଇଥିବା ମେସେଜ୍, ନୂଆ ଫିଚର ଲଞ୍ଚ୍

ତେ​ବେ ସାଧାରଣ ଭାବରେ ବର୍ତ୍ତମାନ ଯେପରି ଫଟୋ ପଠାଉଛନ୍ତି ସେହିଭଳି ଫଟୋହିଁ ପଠାଇବାକୁ ହେବ। କିନ୍ତୁ HD ଫଟୋ ପଠାଇବାକୁ ହେଲେ ସେହି ଫଟୋ ପଠାଇବା ସମୟରେ HD ଅପ୍ସନକୁ କ୍ଲିକ୍‌ କରିବାକୁ ପଡ଼ିବ । ଏହାଦ୍ବାରା ସେହି ଫଟୋ HD ଫର୍ମାଟରେ ସେୟାର ହେବ। WABetainfoର ରିପୋର୍ଟ ଅନୁଯାୟୀ, ଆପ୍‌ ଦ୍ବାରା HD ଫଟୋ ସାମୟିକ କମ୍ପ୍ସ୍ରେସ୍‌ ହେବ। ତେବେ ଏହା କେତେ ମାତ୍ରାରେ କମ୍ପ୍ସ୍ରେସ୍‌ ହେବ ସେନେଇ କୁହାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.