ମିଡିଆ ସହ କଥା ହେଲା ବେଳେ ହଠାତ କେନ୍ଦ୍ରମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ ନାକରୁ ବୋହିଲା ରକ୍ତ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | July 28, 2024 IST

indiatoday

ନୂଆଦିଲ୍ଲୀ: ମିଡିଆ ସହ କଥା ହେଲା ବେଳେ ହଠତ ନାକରୁ ବୋହିଲା ରକ୍ତ। ଡାକ୍ତରଖାନାରେ ଭର୍ତ୍ତି ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ। ରବିବାର(୨୮ ଜୁଲାଇ) କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀ ବେଙ୍ଗାଲୁରୁରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ହଠାତ୍ ତାଙ୍କ ନାକରୁ ରକ୍ତ ବୋହିଥିଲା। ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ଏଏନ୍‌ଆଇ ଶେୟାର କରିଥିବା ଭିଡିଓ କ୍ଲିପିଂରେ କୁମାର ସ୍ୱାମୀ ଏକ ଛୋଟ ତଉଲିଆରେ ନାକ ଚିପି ଧରି ରକ୍ତ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। କୁମାରସ୍ୱାମୀଙ୍କୁ ଜୟନଗର ସ୍ଥିତ ଅପଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବାସ୍ତବରେ, ରବିବାର ବିଜେପି ଏବଂ ଜେଡିଏସ ନେତାମାନେ ବେଙ୍ଗାଲୁରୁରେ ବୈଠକ ଡକାଇ MUDA ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। 

ଏହି ବୈଠକ ସମ୍ପର୍କରେ ସୂଚନା ଦେବାକୁ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା। ଏହି ଅବସରରେ ଭେଟେରାନ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପା ମଧ୍ୟ ତାଙ୍କ ସହ ଥିଲେ। କୁମାରସ୍ୱାମୀଙ୍କୁ ଡାକ୍ତରଖାନା ନେବା ପରେ ୟେଦିୟୁରାପ୍ପା ସାମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ। ତେବେ ନାକରୁ ରକ୍ତ କାହିଁକି ପଡ଼ିଲା ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.