କୁମାରସ୍ୱାମୀଙ୍କ ବଡ଼ ଦାବି; ଭାଙ୍ଗିବ କର୍ଣ୍ଣାଟକ ସରକାର, ୬୦ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେବେ ଜଣେ କଂଗ୍ରେସ ମନ୍ତ୍ରୀ

Published By : Prameya-News7 Bureau | December 11, 2023 IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ସରକାରରେ କିଛି ଠିକ୍ ଚାଲୁ ନାହିଁ। ରାଜ୍ୟରେ ଖୁବ୍‌ଶୀଘ୍ର କଂଗ୍ରେସ ସରକାର ଭାଙ୍ଗିଯିବ। ଜଣେ ମନ୍ତ୍ରୀ ଆସି ବିଜେପିରେ ଯୋଗ ଦେବେ। ତାପରେ ୫୦-୬୦ ବିଧାୟକ ବିଜେପିରେ ମିଶିବେ। ଏକଥା ଆମେ କହୁନାହିୁଁ, ଏହି ଭବିଷ୍ୟବାଣୀ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ।

କର୍ଣ୍ଣାଟକର ହସନ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଏପରି ସୂଚନା ଦେଇଛନ୍ତି କୁମାରସ୍ୱାମୀ। ସେ କହିଛନ୍ତି “ଜଣେ କଂଗ୍ରେସ ମନ୍ତ୍ରୀ ତାଙ୍କର ୫୦-୬୦ ଜଣ ସମର୍ଥିତ ବିଧାୟକଙ୍କୁ ଧରି ଖୁବ୍‌ଶୀଘ୍ର ବିଜେପିରେ ମିଶିବେ। ବୋଧ୍‌ହୁଏ କର୍ଣ୍ଣାଟକ ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯିବ। କିଛି ବି ହେଇପାରେ। କାହା ପାଖରେ ଆଉ ସଚ୍ଚୋଟତା ନାହିଁ।”

ତେବେ ସେ କେଉଁ ମନ୍ତ୍ରୀ ଯିଏ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ ବୋଲି ପଚାରିବାରୁ କୁମାରସ୍ୱାମୀ କହିଛନ୍ତି ଏଭଳି ଦୁଃସାହସିକ କାର୍ଯ୍ୟ କୌଣସି ଛୋଟମୋଟ ନେତା କରିପାରନ୍ତି ନାହିଁ। କେବଳ ପ୍ରଭାବୀ ନେତାମାନେ ହିଁ ଏପରି କରନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି।  

ପଢ଼ନ୍ତୁ-ଲୋକସଭାରୁ ବହିଷ୍କାରକୁ ବିରୋଧ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ ମୋଇତ୍ର

କ’ଣ କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ?

କୁମାରସ୍ୱାମୀଙ୍କ କଥାରେ ଜବାବ ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସରକାର ବିଫଳ ହେବା ପରେ ବିଜେପି ଓ ଜେଡିଏସ୍‌ ତୁଚ୍ଛା ଭ୍ରମରେ ରହିଛନ୍ତି। ପାଣି ଭିତରେ ମାଛଟି ବାହାରି ଆସିବା ପରେ ଯେପରି ହୋଇଥାଏ ଦୁଇ ଦଳ ବର୍ତ୍ତମାନ ସେଭଳି ସ୍ଥିତିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.