୨୦ ପ୍ରତିଶତ ଟ୍ୟୁସନ୍ ଫି ହ୍ରାସ କରିବାକୁ ଘରୋଇ ସ୍କୁଲକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ
14/10/2020 at 6:56 PM

କୋଲକାତା ୧୪।୧୦: କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ୨୦ ପ୍ରତିଶତ ଟ୍ୟୁସନ ଫି ହ୍ରାସ କରିବାକୁ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଏଥି ସହ ସମସ୍ତ ଶୁଳ୍କ ସମ୍ବନ୍ଧିତ ଅଭିଯୋଗ ଯାଞ୍ଚ ପାଇଁ ଅଦାତଲ ତିନି ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି।
ବିଚାରପତି ସଞ୍ଜିବ ବାନାର୍ଜୀ ଓ ମୌସୁମି ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ୧୪୫ ଶିକ୍ଷାନୁଷ୍ଠାନର ଅଭିଭାବକଙ୍କ ଫୋରମ ଦ୍ଵାରା ଦାଖଲ ଜନସ୍ଵାର୍ଥ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ଅଦାଲତ ଘରୋଇ ସ୍କୁଲଗୁଡିକୁ ଅଣ ଶିକ୍ଷାନୁଷ୍ଠାନର ପ୍ରମୁଖଙ୍କ ପରି ଶୁଳ୍କ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆର୍ଥିକ ବର୍ଷ ୨୦୨୦-୨୧ ସମୟରେ ଫିରେ କୌଣସି ଫି ବୃଦ୍ଧି କରାଯିବ ନାହିଁ। ୨୦୨୦ ଏପ୍ରିଲରୁ ନେଇ ସ୍କୁଲ ଖୋଲା ହେବା ପର୍ଯ୍ୟନ୍ତ ୧୪୫ ବିଦ୍ୟାଳୟ ବୋର୍ଡରେ ସର୍ବନିମ୍ନ ୨୦ ପ୍ରତିଶତ ଫି ହ୍ରାସ କରାଯିବ। ସୁବିଧାର ଉପଯୋଗ ହୋଇନଥିଲେ ଅନାବଶ୍ୟକ ଦେୟ ଅନୁମୋଦିତ ହେବ ନାହିଁ। ଉଦାହରଣ ସ୍ଵରୂପ ଲାବୋରେଟୋରୀ, ହସ୍ତଶିଳ୍ପ, କ୍ରୀଡା ସୁବିଧା କିମ୍ବା ବହିର୍ବିଭାଗ କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ ଲକ୍ଡାଉନ୍ କାରଣରୁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଏସବୁର ଉପଯୋଗ ହୋଇ ନାହିଁ। ତେଣୁ ଏହା ଉପରେ ଫି ଆଦାୟ ହୋଇ ପାରିବ ନାହିଁ। କିନ୍ତୁ ପାରମ୍ପରିକ ଭାବେ ସମୟ ଅନୁଯାୟୀ ନିଆଯାଉଥିବା ଶୁଳ୍କ ଆଦାୟ ହୋଇ ପାରିବ ବୋଲି କୋର୍ଟ କହିଛନ୍ତି।
ଏହା ମଧ୍ୟ କୁହାଯାଇଛି ଯେ, ଗତ ଆର୍ଥିକ ବର୍ଷରେ ଏହି ସମୟରେ ନିଆଯାଇଥିବା ଟ୍ୟୁସନ ଫି ଆଧାରରେ ବର୍ତ୍ତମାନ ମାସିକ ଟ୍ୟୁସନ ଫିରେ ୨୦ ପ୍ରତିଶତ ହ୍ରାସ କରାଯିବ। ଯଦି ଏହି ନିର୍ଦ୍ଦେଶ ପାଳନ କଲେ ସ୍କୁଲଗୁଡିକୁ କ୍ଷତି ସହିବାକୁ ପଡେ ଏବଂ ସ୍ଥିତିରେ ସୁଧାର ନଆସେ ତେବେ ଏହା ଆଗାମୀ ଦୁଇ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଏମିତି କ୍ଷତି ଉଠାଇବାକୁ ପଡିପାରେ।