ଚିନ୍ମୟାନନ୍ଦ ମାମଲା: ଦୁଷ୍କର୍ମ ପୀଡିତାଙ୍କ ଜାମିନ ଏଲହାବାଦ ହାଇକୋର୍ଟରେ ମଞ୍ଜୁର, ବଢିଲା ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ସମସ୍ୟା

Published By : Prameya-News7 Bureau | December 04, 2019 IST

ଏଲହାବାଦ୍ ୪।୧୨:  ଦୁଷ୍କର୍ମ ଅଭିଯୋଗରେ ଗିରଫ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ସମସ୍ୟା ବେଳୁବେଳ ଗୁରୁତର ହେଉଛି। ପୀଡିତା ଛାତ୍ରୀଙ୍କ ଜାମିନ ବୁଧବାର ଏଲହାବାଦ ହାଇକୋର୍ଟ ମଞ୍ଜୁର କରିଥିବା ବେଳେ ସେ ଖୁବ ଶୀଘ୍ର ମୁକ୍ତ ହେବୋ ବୋଲି ଜଣାପଡିଛି।

{"id":193977,"width":581,"height":338,"sizeSlug":"large"}

ଛାତ୍ରୀ ଗତ ସେପ୍ଟେମ୍ବର ୨୫ ତାରିଖରେ ଗିରଫ ହୋଇଥିଲେ। ସ୍ବାମୀ ଶୁକଦେବାନନ୍ଦ ଆଇନ ବିଶ୍ବବିଦ୍ୟାଳୟରେ ପଢୁଥିବା ଏହି ଛାତ୍ରୀ ଅଗଷ୍ଟ ୨୫ ତାରିଖରେ ସ୍ବାମୀ ଚିନ୍ମୟାନନ୍ଦଙ୍କ ଏକ ଭିଡିଓ ଭାଇରାଲ କରିବା ସହ ତାଙ୍କ ବିରୋଧରେ ଦୁଷ୍କର୍ମର  ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ଭିଡିଓ ଭାଇରାଲ ହେବା ପରେ ପୀଡିତା  ନିଖୋଜ ହୋଇଯାଇଥିଲେ। ତେବେ ତାଙ୍କ ପିତା ଚିନ୍ମୟାନନ୍ଦଙ୍କ ବିରୋଧରେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ।

{"id":193978,"sizeSlug":"large"}

ହେଲେ ଏହା ପୂର୍ବରୁ ଚିନ୍ମୟାନନ୍ଦଙ୍କ ଓକିଲ ଓମ ସିଂହ ଏକ ଅଜ୍ଞାତ ମୋବାଇଲ ଫୋନରୁ ଚିନ୍ମୟାନନ୍ଦଙ୍କୁ  ୫କୋଟି ଟଙ୍କା ଚାନ୍ଦା ଲାଗି ମିଳିଥିବା ଧମକ ନେଇ ପୋଲିସରେ ଏତଲା କରିଥିଲେ। ସୁପ୍ରିମକୋର୍ଟ ମାମଲାରେ ଦଖଲ ଦେବା ସହ ପୀଡିତାଙ୍କୁ କୋର୍ଟରେ ହାଜର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଉତ୍ତପ୍ରଦେଶ ସରକାର ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଲାଗି ଏସଆଇଟି ଗଠନ କରିଥିଲେ। ପ୍ରାୟ ୩ମାସ କାଳ ଯାଞ୍ଚ କରି ସ୍ବାମୀ ଚିନ୍ମୟାନନ୍ଦ ଙ୍କ ସମେତ ୫ କୋଟି ଟଙ୍କା ଚାନ୍ଦା ଧମକ ମାମଲାରେ ପୀଡିତା,  ସଞ୍ଜୟ ଓ ବିକ୍ରମ ସଚିନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.