‘ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କର’: ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | November 28, 2024 IST

News7

ଭୁବନେଶ୍ୱର: ଜେଲ ସଂସ୍କାର ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ହାଇକୋର୍ଟ। ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କରିବା ପାଇଁ ଗୁରୁବାର ଶୁଣାଣି ବେଳେ  କୋର୍ଟ ଏହା କହିଛନ୍ତି। ରାଜ୍ୟର ସମସ୍ତ କଏଦୀଙ୍କ ଏଆଇ ସଂଯୋଗିକୃତ ୱେବ ବେସଡ ଡାଟା ତିଆରି ପାଇଁ ହାଇକୋର୍ଟଙ୍କ ପରାମର୍ଶ ଦେଇଛନ୍ତି। 

ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ନେଇ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ବିଭାଗ ଓ ଏନଆଇସି ମଧ୍ୟରେ ଏ ନେଇ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ ପାଇଁ ଦୁଇ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି କୋର୍ଟକୁ ଜଣେଇଛନ୍ତି ସରକାର।

ଅନ୍ୟ ରାଜ୍ୟରେ ଥିବା ମୁକ୍ତାକାଶ ଜେଲ ସମ୍ପର୍କରେ ଅନୁଧ୍ୟାନ କରି ଓଡିଶାରେ ତାହା କିପରି ଲାଗୁ କରାଯାଇ ପାରିବ ସେ ନେଇ ଜେଲ ଡିଜିଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.