ଗଳା କାଟି ଜଣଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 24, 2023 IST

ଜୟପୁର ୨୪।୫: କୋରାପୁଟ ଜିଲ୍ଲା କୋଟାପାଡ଼ ଥାନା ଅଞ୍ଚଳରେ ଚଞ୍ଚଲ୍ୟ । ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଛି । କେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୋଟାପାଡ଼ ଥାନା ବଡ ତରଗିଆ ଗାଁରେ ହତ୍ୟାକାଣ୍ଡ । ମକା ବାଡରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ୪୦ ବର୍ଷ ବୟସ୍କ ଚବିଲ ବିଷୋୟୀ ବୋଲି ଜଣାପଡିଛି । ତେବେ ତାଙ୍କୁ କ’ଣ ପାଇଁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ କୋଟପାଡ଼ ପୋଲିସ ଏବଂ ବୋରିଗୁମ୍ମା SDPO ମଧୁସ୍ମିତା ମିଶ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.