ମୃତ୍ୟୁ ପୂର୍ବରୁ ଅଭିଯୁକ୍ତଙ୍କ ନାମ ନେଲେ ଭଗବାନ ସ୍ୱାଇଁ

Published By : Prameya-News7 Bureau | February 16, 2020 IST

ବାଙ୍କୀ ୧୬।୦୨- ବାଙ୍କୀ ଡବଲ୍ ମର୍ଡର ଘଟଣାକୁ ୨୪ ଘଣ୍ଟା ବିତିଲାଣି ହେଲେ ପୋଲିସ ଏଯାଏ କୌଣସି ଅଭିଯୁକ୍ତଙ୍କ ଟେର ପାଇନି । ଏପଟେ କିଛି ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସିଛି । ମୃତ୍ୟୁ ଆଗରୁ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ନିଜେ କିଛି ଅଭିଯୁକ୍ତଙ୍କ ନାଁ ନେଇଛନ୍ତି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସ୍ପଷ୍ଟ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । ଖଜୁରିପଦା ଗାଁରେ ଗଣ୍ଡଗୋଳ ଆଶଙ୍କାରେ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଛନ୍ତି ।...

{"id":224858,"sizeSlug":"large"}

ବାଙ୍କୀ ଡବଲ ମର୍ଡର ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ହେଲେ ମୃତ୍ୟୁ ଆଗରୁ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ଯେଉଁମାନଙ୍କ ନାଁ ନେଇଥିଲେ ଏବେ ତାହା ସାମ୍ନାକୁ ଆସିଛି । ଆକ୍ରମଣ ପରେ ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ କଟକ ନିଆଯାଉଥିଲା, ଆମ୍ବୁଲାନ୍ସ ଭିତରେ ମୃତ୍ୟୁ ପୂର୍ବରୁ କେଉଁମାନଙ୍କ ନାଁ ନେଇଥିଲେ ଭଗବାନ ସ୍ବାଇଁ ଜାଣନ୍ତୁ ।

ପାଣ୍ଡବ ପ୍ରଧାନ, ଭ୍ରମର ପ୍ରଧାନ, କୁମର ପ୍ରଧାନ, କାଳିଆ, ବଳିଆ, ହରିଆ, ଦୀପୁ ପ୍ରଧାନ । ପ୍ରାୟ ୧୫ରୁ ୨୦ ଜଣ ଆକ୍ରମଣ କରିଥିଲେ ବୋଲି ମୃତ୍ୟୁ ପୂର୍ବରୁ ଭଗବାନ ସ୍ୱାଇଁ ଏକ ଭିଡିଓରେ ଅତି କଷ୍ଟରେ କହିଛନ୍ତି । ଭଗବାନଙ୍କ ବୟାନ ଏବଂ ପରିବାର ଲୋକଙ୍କ କହିବା ଅନୁସାରେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ । ରାଜନୈତିକ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ମଧ୍ୟ ଅଭିଯୋଗ କରିଛନ୍ତି।...

ସେପଟେ ଶାସକ ଦଳ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି ଭଗବାନଙ୍କ ପତ୍ନୀ ଏବଂ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ପରିବାର ଲୋକେ ।…

ଏହି ଘଟଣା ପରେ ଖଜୁରିପଦା ଗାଁ ପୋଲିସ୍ ଛାଉଣୀରେ ପରିଣତ ହୋଇଛି। ଗାଁରେ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଖୋଦ୍ ଅତିରିକ୍ତ ଏସ୍‌ପି ବାଙ୍କୀରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି।… ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ୍ କିଛି ଲୋକଙ୍କୁ ଚିହ୍ନଟ କରିଛି ।..

wp:html /wp:html

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.