ନବୀନଙ୍କ ଶପଥ ଗ୍ରହଣ ଉତ୍ସବର କେତେକ ରୋଚକ ଘଟଣା ଉପରେ ପକାନ୍ତୁ ନଜର
29/05/2019 at 6:59 PM

ଭୁବନେଶ୍ବର୨୯|୫: ନିଆରା ଢ଼ଙ୍ଗରେ ପଞ୍ଚମ ପାଳିର ସରକାର ଆରମ୍ଭ କରିଛନ୍ତି ନବୀନ। ପ୍ରଥମ ଥର ପାଇଁ ରାଜଭବନରୁ ହଟି ପ୍ରଦର୍ଶନୀ ପଡିଆରେ ଶପଥ ନେଲେ । ତା ଉପରେ ତ ସମସ୍ତଙ୍କ ନଜର ଥିଲା। କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିତରେ ଉତ୍ସାହ ଭରିଯାଇଥିଲା। ଶପଥ ଗ୍ରହଣ ଉତ୍ସବରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ ସୁଦାମ ମାରାଣ୍ତି। ସମୀର ଦାସ ପ୍ରଥମେ ଉଚ୍ଚାରଣ କରିବା କଥା ତାଙ୍କୁ ପଛରେ ପଛରେ ଉଚ୍ଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମିଶାଇ ଦୁଇ ମନ୍ତ୍ରୀ ଇଂରାଜୀ ଭାଷାରେ ଶପଥ ନେଇଥିଲେ।

ପଦର୍ଶନୀ ପଡିଆରେ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଥିଲା। ଶପଥ ପାଠ ଉତ୍ସବ ଯେତିକି ଆକର୍ଷଣୀୟ ଥିଲା ସେତିକି ନେତା ଓ କର୍ମୀ ଆଚରଣ ଉଚ୍ଚାରଣ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା।

ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଆରମ୍ଭ ଶପଥ ଗ୍ରହଣ । ପ୍ରଥମେ ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ ଶପଥ ନେଲେ । ତା ପଛକୁ ପଛ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ମାନେ ଶପଥ ନେଲେ । ସିଏମଙ୍କ ପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ପ୍ରେମାନନ୍ଦ ନାୟକ ଇଂରାଜୀ ଭାଷାରେ ଶପଥ ନେଇଥିଲେ। ବାକି ମନ୍ତ୍ରୀମାନେ ଓଡିଆ ଭାଷାରେ ଶପଥ ନେଇଥିବାବେଳେ ସୁଦାମ ମାରାଣ୍ତି କିନ୍ତୁ ସାନ୍ତାଳି ଭାଷାରେ ଶପଥ ନେଇଥିଲେ।

ସେଥିପାଇଁ ସେ ଶପଥ ଗ୍ରହଣ ପୂର୍ବରୁ ଏ ନେଇ ରାଜ୍ୟପାଳଙ୍କଠାରୁ ଅନୁମତି ନେଇଥିଲେ। ଶପଥ ନେଲାବେଳେ ମନ୍ତ୍ରୀ ରାଜାସ୍ବାଇଁ ଓ ନବ ଦାସ ପ୍ରଥମ ଶବ୍ଦ ଭୁଲିଯାଇଥିଲେ। ପ୍ରଥମ ଶବ୍ଦ ମୁଁ ଥିଲା କିନ୍ତୁ ଏହି ଶବ୍ଦକୁ ଛାଡି ସିଧା ନିଜ ନାଁରୁ ଶପଥ ନେବା ଆରମ୍ଭ କରିଥିଲେ। କିନ୍ତୁ ଶପଥ ଗ୍ରହଣ ଉତ୍ସବରେ ସମୀର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ ସମୀର ଦାସ ଓଲଟା ପଢ଼ିଥିଲେ। ସବୁ ମନ୍ତ୍ରୀ ଯେଉଁ ପଦକୁ ପ୍ରଥମେ ପଢ଼ି ଶପଥ ନେଲେ କିନ୍ତୁ ସମୀର ଦାସ ତାଙ୍କୁ ଶେଷରେ ପଢ଼ି ଶପଥ ନେଇଥିଲେ।