କ୍ୟୁବା ରାଜଧାନୀ ହାଭାନାରେ ବିମାନ ଦୁର୍ଘଟଣାଗ୍ରସ୍ତ
19/05/2018 at 5:04 AM

କ୍ୟୁବା ରାଜଧାନୀ ହାଭାନାରେ ବିମାନ ଦୁର୍ଘଟଣାଗ୍ରସ୍ତ। ଉଡାଣ ଭରିବାର କିଛି ସମୟପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ଦୁର୍ଘଟଣାରେ ୫ ଶିଶୁ ଏବଂ ୯ ଜଣ ବିମାନ କର୍ମଚାରୀଙ୍କସମେତ ୧୦୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବିମାନଟି ଉଡାଣ ଭରିବାବେଳେ ଏଥରେ ୧୧୪ ଜଣ ଯାତ୍ରୀ ଥିଲେ। ନିଶ୍ଚିତମୃତ୍ୟୁ ମୁଖରୁ ବଞ୍ଚିଥିବା କିଛି ଗୁରୁତର ଯାତ୍ରୀଙ୍କ ଡାକ୍ତରଖାନରେ ଚିକିତ୍ସା ଚାଲିଛି।ସେମାନଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଶୁକ୍ରବାର କ୍ୟୁବାର ରାଷ୍ଚ୍ରାୟତ୍ତ ଏୟରାଲାଇନର ବୋଇଙ୍ଗ ୭୩୭ ବିମାନଟି ଉଡାଣ ଭରିବାପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୯ ଜଣ ବିମାନ କର୍ମଚାରୀ ଓ ୧୦୪ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ହୋଲଗୁଇନ ସହର ଅଭିମୁଖେ ଯାତ୍ରା କରୁଥିଲା। ହେଲେ କୌଣସି କାରଣରୁ ବିମାନରେ ଅଗ୍ନିସଂଯୋଗ ଘଟି ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।