ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା ; ୫ବର୍ଷ ପରେ ରାୟ ପ୍ରକାଶ , ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା
16/02/2020 at 7:20 AM

କାମାକ୍ଷାନଗର ୧୬।୦୨: ପରଜଙ୍ଗ ଥାନା ଗଡପଳାଶୁଣି ଗାଁରେ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା । ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ଘଟଣାରେ ରାୟ ପ୍ରକାଶ କଲେ କୋର୍ଟ । ଅଭିଯୁକ୍ତ ଶୁଶାନ୍ତ ସାମଲକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

ସୂଚନାଯୋଗ୍ୟ ଯେ, ୨୦୧୫ ମଇ ମାସ ୨୭ ତାରିଖ ଦିନ ଗଡପଳାଶୁଣ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ନିଜ ଦାଦା ପୁଅ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ସମ୍ପର୍କୀୟ ଭାଇ । ମୃତକ ଅଂଶୁମାନ ସାମଲ । ହତ୍ୟାକାଣ୍ଡର ସକାଳ ସମୟରେ ଅଂଶୁମାନ ଫୁଲତୋଳି ସାଇକେଲ ଯୋଗେ ଘରକୁ ଫେରୁଥିଲା । କିନ୍ତୁ ହଠାତ୍ ରାସ୍ତାରେ ବଡବାପା ପୁଅ ତଥା ସମ୍ପର୍କରେ ଭାଇ ବୋଲାଉଥିବା ସୁଶାନ୍ତ ସାମଲ ଗାଁରେ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲା । ହତ୍ୟା ପରେ କଟା ମୁଣ୍ଡକୁ ଧର ସାଇକେଲରେ ବୁଲିଥିଲା ଅଭିଯୁକ୍ତ ସୁଶାନ୍ତ ।

ତେବେ ହତ୍ୟାକାଣ୍ଡର ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡର ୫ବର୍ଷ ପରେ ଶନିବାର ଦିନ ରାୟ ଆସିଛି । ମାନ୍ୟବର କୋର୍ଟ ସମସ୍ତ ତଥ୍ୟ ଓ ଉପଯୁକ୍ତ ସାକ୍ଷୀପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ସୁଶାନ୍ତ ସାମଲକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି ।ଯଦି ୫୦ହଜାର ଟଙ୍କା ଜରିମାନା ଆକାରରେ ନଦିଆଯାଏ, ତେବେ ଆହୁରି ୧ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ତେବେ ନିଜ ପୁଅର ହତ୍ୟାକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ମୃତକଙ୍କ ବାପା ଦାବି କରିଥିଲେ ।