ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ବାଲିଘାଟ ନିକଟରୁ ମିଳିଲା ମୃତଦେହ

Published By : Prameya-News7 Bureau | October 11, 2022 IST

ଝାରସୁଗୁଡ଼ା, ୧୧/୧୦: ଯୁବକକୁ ନିର୍ମମ ହତ୍ୟା । ପଞ୍ଚପଡା ବାଲିଘାଟ ନିକଟରୁ ମିଳିଲା ଭଶ୍ମା ଅଞ୍ଚଳର ପ୍ରମୋଦ ସିଂହଙ୍କ ମୃତଦେହ । ପ୍ରମୋଦଙ୍କୁ ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ସନ୍ଧ୍ୟାରେ ଝାରସୁଗୁଡା ସଦର ଥାନା ପୋଲିସ ଅଜଣା ଯୁବକଙ୍କର ମୃତଦେହ ପଡି ରହିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡିଛି ।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.