ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ...

Published By : Prameya-News7 Bureau | October 17, 2021 IST

ଚଣ୍ଡିଖୋଲ, ୧୭/୧୦:  ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗ୍ରାମରେ ।

ସୂଚନାନୁସାରେ, ଗ୍ରାମର ପୀତବାସ ପରିଡାଙ୍କ ଭଉଣୀ ଶାନ୍ତିଲତା ୧୦ ବର୍ଷ ହେବ ବଡ଼ଚଣା ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ତରୁ ଦାସଙ୍କୁ ବିଭାହ କରିଥିଲେ । ଦୀର୍ଘ ଦିନ ଧରି ଶାଶୂ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଶନିବାର ଶାଶହ ଓ ବୋହୂଙ୍କ ମଧ୍ୟରେ କଲହ ଏତେ ପରିମାଣରେ ବଢ଼ି ଯାଇଥିଲା ଯେ ଶାଶୂ ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ ।

ଘଟଣାସ୍ଥଳରେ ବୋହୂ ଶାନ୍ତିଲତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ବୋହୂ ଶାନ୍ତିଲତାଙ୍କ ବାପ ଘର ପକ୍ଷରୁ  ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.