ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସମ୍ପର୍କରେ ପଡିଲା ଫାଟ, ଭାଉଜକୁ ପନିକିରେ ହାଣିଲା ଦିଅର

19/08/2021 at 8:34 AM

ଆନନ୍ଦପୁର ୧୯।୦୮: ଭାଉଜକୁ ପନିକିରେ ହାଣିଲା ଦିଅର । ଭାଉଜଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ମିରିଗିମୁଣ୍ଡି ଗାଁର ଘଟଣା । ଅଭିଯୋଗ ପରେ ପୋଲିସର ଛାନ୍‌ଭିନ୍‌ ଜାରି ରଖିଛି । ଆକ୍ରମଣରେ ବ୍ୟବହୃତ ପନିକିକୁ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ବୁଧବାର ଦିନ ମିରିଗିମୁଣ୍ଡି ଗାଁର ରାମଚନ୍ଦ୍ର ପରିଡ଼ାଙ୍କ ସ୍ତ୍ରୀ ଝରଣା ଘରେ ଥିବା ଏକ ବାରିସିକୁ ନେଇ ନିଜ ସାନ ଜାଆଙ୍କ ସହିତ ଝଗଡ଼ା ହୋଇଥିଲା । ଏହି ସମୟରେ ରାମଚନ୍ଦ୍ରଙ୍କ ସାନ ଭାଇ ଲକ୍ଷ୍ମଣ ଘରେ ଅନୁପସ୍ଥିତ ଥିଲେ । ରାତି ଲକ୍ଷ୍ମଣ କାମ ସାରି ଫେରିବା ପରେ ନିଜ ପତ୍ନୀଙ୍କ ସହ ଭାଉଜଙ୍କ ଝଗଡ଼ା ବିଷୟରେ ଖବର ପାଇଥିଲା । ଏଥିରେ ଲକ୍ଷ୍ମଣ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଏକ ପନିକିରେ ଭାଉଜଙ୍କ ବେକକୁ ଚୋଟ ପକାଇଥିଲେ ।

ଠିକ୍ ଏହି ସମୟରେ ନିଜ ସାନଭାଇ କବଳରୁ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ରାମଚନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଯେଉଁଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି । ପରିବାର ଲୋକ ଘଟଣା ସଂପର୍କରେ ଜାଣି ପାରି ଝରଣାକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ପରିବାର ପକ୍ଷରୁ ଘଷିପୁରା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ପନିକିକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts