ମାଂସ ଦୋକାନ ବନ୍ଦ କରୁଛୁ, ୨ ମାସ ଭିତରେ ମାରିଦେବି: ବିଜେପି ବିଧାୟକଙ୍କୁ ହତ୍ୟା ଧମକ

Published By : Prameya-News7 Bureau | August 12, 2022 IST

ଗାଜିଆବାଦ, ୧୨/୦୮: ବିଜେପି ନେତାଙ୍କୁ ହତ୍ୟା ଧମକ । ଉତ୍ତରପ୍ରଦେଶ ଗାଜିଆବାଦର ଲୋନୀ ବିଧାନସଭା ଆସନର ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ନେତା ନନ୍ଦ କିଶୋର ଗୁର୍ଜରଙ୍କୁ ଦୁଇ ମାସ ଭିତରେ ହତ୍ୟା କରିବାକୁ ଧମକ ମିଳିଛି । ଖରପ ଶବ୍ଦର ବ୍ୟବହାର କରି କେହି ଜଣେ ତାଙ୍କ ନିକଟକୁ ଚିଠି ପଠାଇଛି । ଏଥିରେ ତାଙ୍କୁ ଗାଳି ଦେବା ସହ ଧମକ ଦିଆଯାଇଛି । ଏହି ଚିଠି ଦିଲ୍ଲୀର ନୂର ଇହ୍ଲାଇ ଅଞ୍ଚଳରୁ ସ୍ପୀଡ୍‌ ପୋଷ୍ଟ କରାଯାଇଥିବା ବେଳେ ଏହାକୁ ସାଜିଦ୍‌ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ପଠାଇଥିବା ଜଣାପଡ଼ିଛି ।

ଚିଠିରେ ବ୍ୟକ୍ତି ଜଣକ ଅନେକବାର ଜେଲ୍‌ ଯାଇଥିବା କହିଥିବା ବେଳେ ଲୋନୀ ଅଞ୍ଚଳରେ ମଧ୍ୟ ତା ନାମ ସାଜିଦ୍‌ ବୋଲି ସମସ୍ତେ ଜାଣିଥିବା ଉଲ୍ଲେଖ ରହିଛି । ତେବେ ଏହାକୁ ନେଇ ବିଧାୟକ ଲୋନୀ ସୀମାନ୍ତ ପୋଲିସ୍‌ ଷ୍ଟେସନ୍‌ରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ସେ ପୋଲିସ୍‌ ଥାନାରେ ଅଭିଯୋଗ କରିଥିବା ବେଳେ ତାଙ୍କୁ ହତ୍ୟା କରାଯିବାନେଇ ଉଲ୍ଲେଖ କରାଯାଇଥିବା ଦର୍ଶାଇଛନ୍ତି । ପୂର୍ବରୁ ତାଙ୍କୁ ପାକିସ୍ତାନ ଏବଂ ଆଫ୍ରିକାରୁ ମଧ୍ୟ ଏହିପରି ଧମକ ମିଳଥିବା ବେଳେ ଅନେକଥର ତାଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଇଥିବା ବିଧାୟକ କହିଛନ୍ତି ।

ମିଳିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଲୋନୀ ବିଧାୟକ ନନ୍ଦ କିଶୋର ଗୁର୍ଜର ଏବେ ତୁ ଆଖି ଖୋଲି ପଢ଼ । ମୁଁ ସାଜିଦ୍‌ ଅଲ୍ଲୀ ତତେ ବହୁ ବର୍ଷ ଧରି ଦେଖି ଆସୁଛି । କେତେବେଳେ ତୁ କୁକୁଡ଼ା ମାଂସ ଦୋକାନ ବନ୍ଦ କରୁଛୁ ତ କେତେବେଳେ ଘୁଷୁରୀ ମାଂସ କଟାଯାଉଥିବା ଦୋକାନ ବନ୍ଦ କରିଦଉଛୁ । ଆଉ କେତେବେଳେ ମାଂସ ରାନ୍ଧୁଥିବା ହୋଟେଲ୍‌ ବନ୍ଦ କରୁଛୁ । ଏହିପରି ଅନେକ ଗାଳି ଏହି ଚିଠିରେ ଉଲ୍ଲଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.