ବଲାଙ୍ଗୀରରେ ସଫେଇ କର୍ମଚାରୀଙ୍କୁ ହତ୍ୟା ଘଟଣା; ଅଭିଯୁକ୍ତକୁ ନେଇ ସିନ୍‌ ରିକ୍ରିଏସନ କଲା ପୋଲିସ

Published By : Prameya-News7 Bureau | September 28, 2022 IST

ବଲାଙ୍ଗୀର ୨୮/୦୯: ପୌରପରିଷଦ ସଫେଇ କର୍ମଚାରି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବଲାଙ୍ଗୀର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ପରିଚୟ ଗୁଲଠୁ ଓରଫ ବାଲେକ ତାଣ୍ଡି l ସେପ୍ଟେମ୍ୱର ୨୫ରେ ଗୁଲଠୁ କିଭଳି ସଫେଇ କର୍ମଚାରି ଅଷ୍ଟମିଙ୍କୁ ହତ୍ୟା କରିଥିଲା ଅପରାଧ ସିନ୍‌ ରିକ୍ରିଏସନ୍‌ ସମୟରେ ସେ ସବୁ ଘଟଣା ବଖାଣିଛି । ବଲାଙ୍ଗୀର ଟାଉନ ଥାନା ପୋଲିସ ହତ୍ୟା କାଣ୍ଡ ହୋଇଥିବା ସ୍ଥାନକୁ ନେଇ ଏହି  ସିନ ରିକ୍ରିଏସନ କରିଥିଲା। ଅଭିଯୁକ୍ତ ଅପରାହ୍ଣ ୪ଟାରୁ ଆସି ଲୁଚି ରହି ଖଣ୍ଡା ରେ ଅଷ୍ଟମିଙ୍କୁ ହତ୍ୟା କରିଥିଲା lଅଷ୍ଟମି କାମ  ସାରି ପୌରପରିଷଦ ଏମସିସି ପ୍ଲାଣ୍ଟରୁ ସାଇକେଲରେ ଫେରିବା ବେଳେ ପ୍ରଥମେ ପଛପଟୁ ଖଣ୍ଡାରେ ତାଙ୍କ ବେକରେ ଅଭିଯୁକ୍ତ ଆକ୍ରମଣ କରିଥିଲା।

ପରେ ସେ କିଛି ଦୂର ଆଗକୁ  ଯାଇ ପଡ଼ିବା ପରେ ପୁଣି ସାମ୍ନାପଟୁ ଅଭିଯୁକ୍ତ ଜଣଙ୍କ  ବେକରେ ବାରମ୍ବାର ଆକ୍ରମଣ କରିଥିଲା। ତେବେ ଅଷ୍ଟମୀ ଗୁଲଠୁକୁ ଦେଖି ଆଉ ଭୁଲ ହେବନି ସେମିତି କରିବିନୀ ବୋଲି କହିଥିଲେ  ଓ ତାପରେ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲା  ବୋଲି କହିଛି। ଏପରି ଭାବେ ପୋଲିସ  ସାମ୍ନରେ ଅଭିଯୁକ୍ତ   ସମସ୍ତ ସଇତାନି ହତ୍ୟା ଘଟଣାକୁ ବଖାଣିଛି। ଏପରି ଏକ  ଅମାନବୀୟ ହତ୍ୟାର କାରଣ ପ୍ରେମ ସମ୍ପର୍କ କୁହାଯାଉଥିବା ବେଳେ  ଏନେଇ ତଦନ୍ତ ପୋଲିସ  ତଦନ୍ତ ଚଳାଇଛି। ସେପ୍ଟେମ୍ୱର ୨୯ ଅର୍ଥାତ ଗୁରୁବାର ସାମ୍ବାଦିକ ସମ୍ବିଳନୀରେ ହତ୍ୟା ସମ୍ପର୍କିତ ସମସ୍ତ  ସମସ୍ତ ସୂଚନା ଦିଆଯିବ ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.