oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ନର୍ଦମା ପାଣି ଅଟକାଇବା ନେଇ ବିଭତ୍ସ କାଣ୍ଡ, ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

3/01/2022 at 8:50 AM

ରାୟଗଡା ୦୩/୦୧: ନର୍ଦ୍ଦମା ପାଣି ଆକଟ କରିବାରୁ ଦୁଇ ପଡୋଶୀ ଘର ମଧ୍ୟରେ ପାଟିତୁଣ୍ଡ । ମାମଲା ଉଗ୍ର ରୂପ ନେବାରୁ ଉଭୟ ପରିବାରଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୁମ୍ଭିକୋଟା ଗ୍ରାମର ହରିଜନ ସାହିରେ ।

ଅଜୟ ଖୋସଲା ଓ ଗୋରେଖା ଖୋରାଙ୍କ ମଧ୍ୟରେ ନର୍ଦ୍ଦମା ପାଣି ଆକଟ କରିବାକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା । ସେହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ କଳହ ଜୋରଦାର ହୋଇଥିଲା । ପାଟିତୁଣ୍ଡ ଉତ୍ୟକ୍ତ ରୂପ ନେବାରୁ ଉଭୟ ପଡୋଶୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଅଜୟ ଖୋସଲା ଘଟଣା ସ୍ଥଳରେ ମୂର୍ଚ୍ଚା ହୋଇ ଟଳି ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।

ଚିକିତ୍ସାଳୟରେ ପହଞ୍ଚିଲା ବେଳକୁ ଶ୍ରୀ ଖୋସଲାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଲା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମୃତ ଦେହକୁ ପୋଲିସ ଜବତ କରି ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ବିରୋଧରେ ରାୟଗଡା ଥାନାରେ ଏତଲା ଦାୟର କରିଛନ୍ତି ମୃତକଙ୍କ ପରିବାର । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

   Related Posts