ବରଯାତ୍ରୀରେ ନାଚିବାକୁ ମନା କରିବାରୁ ଝିଅର ମାଆକୁ ହତ୍ୟା, ଦୁଇ ଅଭିଯୁକ୍ତ ଫେରାର

Published By : Prameya-News7 Bureau | May 13, 2022 IST

ବରଗଡ, ୧୩/୦୫: ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଯଦୁମଣି ରାଜହଂସଙ୍କ ସ୍ତ୍ରୀ କିଶୋରୀ ରାଜହଂସଙ୍କୁ ଗାଁର ଦୁର୍ବୃତ୍ତ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁମନ୍ତ ନାଏକ, ସୁବୋଧ ରାଜହଂସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଯଦୁମଣୀଙ୍କ ଝିଅ ରଶ୍ମି ରାଜହଂସଙ୍କ ବିବାହ ପାଇଁ ଘେସ ନିକଟସ୍ଥ ବଡ଼ମାଲରୁ ପୁଅ ପକ୍ଷ ବରଯାତ୍ରୀ ଆସିଥିଲେ ।

ବରଯାତ୍ରୀଙ୍କ ସହ ନାଚିବାପାଇଁ ବାରଣ କରିବାରୁ ବରଯାତ୍ରୀଙ୍କ ସହ ସେହି ଗାଁର ସୁମନ୍ତ ଏବଂ ସୁବୋଧ ଗଣ୍ଡଗୋଳ କରିଥିଲେ । ପରେ ବିବାହ ହେଉଥିବା ଝିଅର ମା କିଶୋରୀ ବାରଣ କରିବାରୁ ଉଭୟେ ନିଜ ଘରକୁ ଦଉଡି ଯାଇ ଧାରୁଆ ଅସ୍ତ୍ର ଆଣି କିଶୋରୀଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କିଶୋରୀ ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମେଲଛା ମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାରୀ ଉଭୟେ ଫେରାର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.