ଅଲେଖ ଦେହୁରୀ ହତ୍ୟା ଘଟଣା, ମଶିଣାଜୋଡି ଗାଁର ୫ ଅଟକ
17/01/2023 at 10:12 AM

ଘଟଗାଁ ୧୭/୦୧: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବାଙ୍ଗୁରୁଶଣି ଗାଁର ଅଲେଖ ଦେହୁରୀଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ତେବେ ଦୁଇଦିନ ହେଲା ଯୁବକ ଜଣଙ୍କ ଘରକୁ ଆସି ନଥିବା ବେଳେ ଯୁବକ ଜଣଙ୍କୁ ନିଆଁ ଖୁଣ୍ଟାରେ ପିଟି ପିଟି ହତ୍ୟା କରିଥିବା ଘରଲୋକେ କହୁଛନ୍ତି ।
ଯୁବକ ଜଣଙ୍କୁ ହତ୍ୟା କରି ମଶିଣାଜୋଡି ଗାଁ ନିକଟରେ ଉଲଗ୍ନ ଅବସ୍ଥାରେ ପକାଇ ଦେଇଥିଲେ ହତ୍ୟାକାରୀ । ଗତକାଲି ସଂନ୍ଧ୍ୟାରେ ଖବର ପାଇ ଦୈତାରୀ ପୋଲିସ୍ ମୃତଦେହକୁ ଉଦ୍ଧାର କରିବା ସହିତ ଆଜି ମଶିଣାଜୋଡି ଗାଁର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023