AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ, ତିନିଜଣଙ୍କୁ ଅଟକ ରଖିଛି ଯାଜପୁର ପୋଲିସ

14/09/2022 at 11:59 AM

ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା ମଧ୍ୟରେ ଏକ ମୋବାଇଲ୍‌ ନମ୍ବରରୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନ୍‌ କରି ହତ୍ୟା ଧମକ ଦେଇଥିଲେ । ସୁପାରୀ କିଲର ସହିତ ୩ଜଣ ଏକ କାର୍‌ ଯୋଗେ ତାଙ୍କୁ ହତ୍ୟା କରିବାକୁ ଆସୁଛନ୍ତି ବୋଲି କହିଥିଲେ । ଏହାପରେ ବିଧାୟକ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ନିକଟରେ  ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରି ଯାଜପୁର ଅଞ୍ଚଳରୁ ୩ଜଣ ଦୁର୍ବୃତ୍ତଙ୍କ ଅଟକ ରଖିଛି ଯାଜପୁର ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସ୍‌ପି କହିଛନ୍ତି ।

ତେବେ କିଏ ଓ କାହିଁକି ତାଙ୍କୁ ଏପରି ହତ୍ୟା ଧମକ ଦେଇଛି । ସେ ବିଷୟରେ ବିଧାୟକ ଜାଣିନଥିବା କହିଛନ୍ତି । ପୋଲିସ ଘଟଣାରେ ତଦନ୍ତ କରୁଛି । ଠିକ୍‌ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।

   Related Posts