ଅଭାବନୀୟ : ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା, ଶରୀର ଉପରେ ସ୍କୁଟି ଚଢାଇଦେଲେ ୨ ପୁଅ

Published By : Prameya-News7 Bureau | June 04, 2022 IST

ସୁନ୍ଦରଗଡ଼ ୦୪।୦୬ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ  ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାପା ମଙ୍ଗରା ଭୂମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ୨ୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀର ଦୁଇ ପୁଅ ଅଛନ୍ତି । ଏପିରିକି ମଙ୍ଗରାଙ୍କ ୨ୟ ବିବାହ ପରେ ଘରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଶୁକ୍ରବାର ଦିନ କୌଣସି କାରଣକୁ ନେଇ ବାପା ଓ ୨ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଦେଖୁ ଦେଖୁ ଝଗଡ଼ା ଉଗ୍ରରୂପ ନେଇଥିଲା । ଯାହାଫଳରେ ଦୁଇ ପୁଅ କାଠଫାଳିଆରେ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏତିକିରେ ରାଗ ଶାନ୍ତ ହୋଇନଥିଲା , ପୁଣି ବାପାଙ୍କ ଉପରେ ସ୍କୁଟି ଚଢାଇଦେଇଥିଲେ ।

ସେପଟେ ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ଥିବା ସୂଚନା ମିଳିଛି । ଦୁଇ ପୁଅଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ହତ୍ୟାକାଣ୍ଡ ନେଇ ଖବର ପାଇ ଚାନ୍ଦିପୋଷ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.