ସ୍ୱାମୀ-ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ, ସ୍ତ୍ରୀ ମୃତ

Published By : Prameya-News7 Bureau | September 27, 2021 IST

ସୁନ୍ଦରଗଡ ୨୭।୦୯: ସୁନ୍ଦରଗଡ଼ ସଦର ଥାନା ଜୁନାଡିହି ଗାଁର ଅଭାବନୀୟ ଘଟଣା । ସ୍ୱାମୀ ଓ ସ୍ତ୍ରୀଙ୍କୁ ଟାଙ୍ଗିରେ ଆକ୍ରମଣ । ଏହି ଆକ୍ରମଣରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଯାଇଥିବା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ସଦର ଥାନା ଜୁନାଡିହି ଗାଁରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାଚି ଓରାମ ଏବଂ ଗୁରୁତର ହୋଇଥିବା ସ୍ବାମୀ ମଧୁ ଓରାମ ବୋଲି ଜଣାପଡିଛି । ମଧୁଙ୍କ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହି ଘଟଣା ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.