Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ହତ୍ୟାକୁ ବିତିଗଲାଣି ତିନି ଦିନ, ତଥାପି ମିଳୁନି ବଙ୍ଗାଳିଙ୍କ ହତ୍ୟାକାରୀ ପତ୍ତା

19/02/2023 at 1:16 PM

ଦିଗପହଣ୍ଡି ୧୯।୦୨ :  ହତ୍ୟାର ତିନି ଦିନ ପରେ ପୋଲିସ ହାତ ଖାଲି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପିତାମ୍ବରପୁରରେ ବୃଦ୍ଧାଙ୍କୁ  ହତ୍ୟା ଘଟଣାରେ ପୋଲିସ ଚୁପ୍‌ । ଦୁଇ ଜଣ ବାଇକ୍‌ରେ ଆସି ପତିମ୍ବରପୁର ଗାଁର ବଙ୍ଗାଳି ସେଠୀଙ୍କୁ ହତ୍ୟା କରିଥିଲେ । ପୂର୍ବ ରାଗ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ,  ପିତାମ୍ବରପୁର ଗାଁର ବଙ୍ଗାଳି ସେଠୀ ଗୁଣିଗାରେଡି କରୁଥିଲେ । ବିଭିନ୍ନ ରୋଗ ପାଇଁ ଝଡ଼ାଫୁଙ୍କା କରୁଥିଲେ ।  ଏପିରିକି ପୁତ୍ର ସନ୍ତାନ ହେବା ପାଇଁ  ପୂଜାପାଠ କରୁଥିଲେ। ପ୍ରେମ ସଂପର୍କ ଏବଂ ବିଚ୍ଛେଦ ପାଇଁ ବି ପୂଜାର୍ଚ୍ଚନ କରନ୍ତି । କିଛି ଦିନ ତଳେ ଦୁଇ ଜଣ ଆସି କୌଣସି କାମ ପାଇଁ ବଙ୍ଗାଳି ସେଠୀଙ୍କୁ ଔଷଧ ମାଗିଥିଲେ । ହେଲେ  ସେ ଦେବାକୁ ମନା କରିଥିଲେ । ଶେଷରେ ଶୁକ୍ରବାର ଦିନ ଦୁଇ ଯୁବକ ବାଇକ୍‌ ଆସି ବଙ୍ଗାଳିଙ୍କୁ ଆକ୍ରମଣ କରିଥିଲେ । ଉଭୟ ପୂର୍ବ ରାଗ ରଖି ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ବଙ୍ଗାଳିଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଇତିମଧ୍ୟରେ ଘଟଣାକୁ ତିନି ଦିନ ବିତି ଯାଇଥିବା ମଧ୍ୟ ହତ୍ୟାକାରୀଙ୍କ ଟେର୍‌ ପାଉନି ପୋଲିସ । ଦୁଇ ଜଣ ମୁହଁରେ କଳାପଟି ବାନ୍ଧି ଆସି ବଙ୍ଗାଳିଙ୍କୁ ହତ୍ୟା କରିଥିଲେ । ଯାହାକୁ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହାପରେ ବି ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।  

   Related Posts