ମାଲିକକୁ ବଞ୍ଚେଇବାକୁ ଯାଇ ଜୀବନ ହାରିଲା ପୋଷା କୁକୁର
11/09/2022 at 12:53 PM

ସାଲେପୁର ୧୧।୦୯: ମାଲିକକୁ ବଞ୍ଚେଇବାକୁ ଯାଇ ଜୀବନ ହାରିଲା ପୋଷା କୁକୁର । କଟକ ଜିଲ୍ଲା କିଶନନଗର ଥାନା ଚାଞ୍ଚପଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣ।
ଖବର ଅନୁଯାୟୀ, ଚାଞ୍ଚପଡା ଗାଁର ସଞ୍ଜୟ କୁମାର ଜେନା ପଡିଆକୁ ଗାଈ ବାନ୍ଧିବାକୁ ଯାଉଥିବା ବେଳେ ସାଙ୍ଗରେ ପୋଷାକୁକୁର ମଧ୍ୟ ଯାଉଥିଲା। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ପ୍ରଶାନ୍ତକୁମାର ଜେନା ସଞ୍ଜୟକୁ ମାରୁଥିବାବେଳେ ତାହା କୁକୁରଦେହରେ ବାଜିଥିଲା । ଘଟଣାସ୍ତଳରେ କୁକରର ଜୀବନ ଚାଲି ଯାଇଥିଲା ।
ତେବେ ଏନେଇ କିଶନନଗର ଥାନାରେ ସଞ୍ଜୟ ଲିଖିତଅଭିଯୋଗ କରିବା ସହ ପଶୁସମ୍ପଦ ବିଭାଗକୁ ମଧ୍ୟ ଲିଖିତ ଜଣାଇଛନ୍ତି। ଏହି ଘଟଣାର ପୋଲିସ ତଦନ୍ତ କରି ଆନିମଲ ପ୍ରୋଟେକ୍ସନ ଆକ୍ଟରେରେ ମାମଲା ରଜୁ କରିବା ସହ କୁକୁରର ଶବବ୍ୟବଚ୍ଛେଦ କରାଯାଇଛି। ଏ ପଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ।
Related Posts
ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ, ଯୋଗଦେଲେ ବହୁ ନେତା ଓ କର୍ମୀ
2 February 2023
କେଉଁ ଧର୍ମକୁ ମାନନ୍ତି ଆର୍ଯ୍ୟନ ଖାନ୍ ? ଖୁଲାସା କଲେ ମା’ ଗୌରୀ
2 February 2023